fbpx

ବନ୍ଧୁତ୍ୱର ଏକ ଭିନ୍ନ ଉଦାହରଣ ହରିଣ-କାଉଙ୍କ ସମ୍ପର୍କ: ଦେଖନ୍ତୁ ଭିଡିଓ

ଏ ଦୁନିଆ ବଡ ବିଚିତ୍ର । ଦୁନିଆରେ ସବୁ ଜୀବଜନ୍ତୁଙ୍କ ଭିତରେ ରହିଛି ଅନାବିଳ ପ୍ରେମ ଆଉ ଭଲ ପାଇବା । ଅନେକ ଥର ସୋଶିଆଲ ମିଡିଆରେ ଏମିତି କେତେ ଭିଡିଓ ଆପଣ ଦେଖିଥିବେ । ବିଲେଇ, କୁକୁର, ମାଙ୍କଡ ଇତ୍ୟାଦିଙ୍କୁ ନେଇ କେତେ ଭିଡିଓ ସୋଶିଆଲ ମିଡିଆରେ ଘୁରି ବୁଲୁଛି । ପଶୁପକ୍ଷୀଙ୍କ ଭିତରେ ଥିବା ବୁଝାମଣା ସେମାନଙ୍କୁ ମଣିଷ ଜାତିଠୁ ବି ବେଶୀ ସମ୍ମାନର ଅଧିକାରୀ କରିପାରିଛି । ଆଜିବି ସେମିତି ଏକ ଭିଡିଓ ଆମ ପାଖରେ ପହଞ୍ଚିଛି । କିନ୍ତୁ ଏଠି ଘଟଣା ଟିକେ ଅଲଗା । ଗୋଟିଏ କାଉ ପାଇଁ ଜଣେ ଦରଦୀ ବନ୍ଧୁ ସାଜିଛି ହରିଣ । ଘର ତିଆରି କରିବାକୁ ଏହି ହରିଣ ଲାଞ୍ଜରୁ ସଂଗ୍ରହ କରୁଛି କିଛି ଲୋମ ।

କାଉ ନିଜ ବସା ତିଆରି କରିବା ପାଇଁ କାଠି କୁଟା କିମ୍ବା ଅନ୍ୟ କିଛି ନରମ ଜିନିଷର ବ୍ୟବହାର କରିଥାଏ । କିନ୍ତୁ ଏହି କାଉଟି କାଠି କୁଟା ବଦଳରେ ଭରଷା କରିଛି ତା ସାଙ୍ଗ ଉପରେ ଉପରେ । କାଉର ବନ୍ଧୁ ହେଉଛି ହରିଣ । ବନ୍ଧୁ ତ ନୁହେଁ, ଦରଦୀ ବନ୍ଧୁ । ନହେଲେ କୁହନ୍ତୁ ନା, କିଏ ବା କାହିଁକି କାହା ଘର ତିଆରି କରିବା ପାଇଁ ନିଜ ଶରୀରର ଅଂଶକୁ ଦେଇ ପାରିବ । ହରିଣଟି କିନ୍ତୁ ଦେଇ ଦେଉଛି । ଘର ତିଆରି କରିବା ପାଇଁ କାଉ ହରିଣ ଲାଞ୍ଜରୁ ଲୋମ ଟାଣି ନେଉଛି । କିନ୍ତୁ ହରିଣ ଏହା ଦେଖି ବି ଚୁପ ରହିଛି । କାଉକୁ ବିରୋଧ ବି କରୁନି । ଲୋମ ପାଇବା ପରେ କାଉ ବି ସତେ ଯେମିତି ହରିଣକୁ ଧନ୍ୟବାଦ ଜଣାଇ ଦେଉଛି । ସତରେ, ଏଇଟାକୁ କଣ ପ୍ରେମ କୁହାଯିବନି । ଭଲ ପାଇବାର ଆଉ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଏହି ଦୁଇ ବନ୍ଧୁ ।
ନେଚର ନାମରେ ଜଣେ ଟ୍ୱିଟର ୟୁଜର ଏହି ଭିଡିଓ ଅପଲୋଡ କରିଛନ୍ତି । ଆଉ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ପସନ୍ଦ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.