fbpx

ରାସ୍ତା କଡରେ ଛିଡା ହୋଇଥିଲା ବୁଲେଟ: ହଠାତ ବମ ଭଳି ଫାଟିଲା ନୂଆ ରୋୟଲ ଏନଫିଲ୍ଡ ବାଇକ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ଘଟିଯାଇଛି । ରାସ୍ତା କଡରେ ଠିଆ ହୋଇଥିବା ଗାଡିରେ ହଠାତ ଭୟଙ୍କର ବିସ୍ଫୋରଣ ହୋଇଛି । ତେବେ ପାଖରେ କୌଣସି ନିଆଁ କିମ୍ବା ଜ୍ୱଳନଶୀଳ ଜିନିଷ ନଥାଇ ମଧ୍ୟ ବାଇକରେ ଏହି ବିସ୍ଫୋରଣ ସମସ୍ତଙ୍କୁ ଚମକାଇ ଦେଇଛି । ଭିଡିଓଟି ସୋଶିଆଲ ମିଡିଆକୁ ଆସିବା ପରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ମନ୍ଦିର ସାମନାରେ ରହିଥିବା ଏହି ବାଇକରେ ହଠାତ ନିଆଁ ଏବଂ ବିସ୍ଫୋରଣ କେମିତି ହେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି ।

ସୂଚନା ଅନୁସାରେ, ରବିଚନ୍ଦ୍ରନ ନାମକ ଜଣେ ବ୍ୟକ୍ତି ନୂଆ ରୋୟଲ ଏନଫିଲ୍ଡ ବାଇକ କିଣି ମନ୍ଦିରରେ ପୂଜା କରିବା ପାଇଁ ଆସିଥିଲେ । ବାଇକରେ ସେ ମୈସୁରରୁ ୩୮୭ କିଲୋମିଟର ଦୂର ଅତିକ୍ରମ କରି ପ୍ରଭୁ ନେଟ୍ଟିକାନ୍ତି ଆଞ୍ଜନେୟ ସ୍ୱାମୀଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ରବି । କିନ୍ତୁ ମନ୍ଦିର ପାଖ ରାସ୍ତା କଡରେ ଗାଡି ଠିଆ କରିଥିବା ବେଳେ ହଠାତ ବିସ୍ଫୋରଣ ହୋଇଛି । ତେବେ ଗାଡି ପାଖରେ କୌଣସୀ ଜଳୁଥିବା ଜିନିଷ ନଥିବା ବେଳେ ଏଭଳି ଭୟଙ୍କର ବିସ୍ପୋରଣ କିପରି ହେଲା ସେ ନେଇ ଉଠିଛି ପ୍ରଶ୍ନବାଚୀ । ତେବେ ଏତେ ଦୂର ଗାଡି ଚାଲିଥିବା ବେଳେ ଏହାର ଇଞ୍ଜିନ ଗରମ ହୋଇ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି ।

ଏହି ଘଟଣାର ଭିଡିଓ ସୋଶିଆଲ ମିଡିଆରେ ଅପଲୋଡ ହେବା ପରେ ଏବେ କୁବ ଭାଇରାଲ ହେବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ବାଇକରେ ନିଆଁ ଲାଗିବାର ପ୍ରକୃତ କାରଣ ଲୋକଙ୍କୁ ଜଣା ପଡିନାହିଁ । ତେବେ ସବୁଠୁ ବଡ କଥା ହେଉଛି ଏହି ଘଟଣାସ୍ଥଳରେ ଅନେକ ଲୋକ ଉପସ୍ଥିତ ରହିଥିଲେ ମଧ୍ୟ ଦୁର୍ଘଟଣାରେ କୌଣସି ଆହତ କିମ୍ବା ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ମିଳିନାହିଁ ।

Get real time updates directly on you device, subscribe now.