fbpx

ରାଜ୍ୟରେ ଚାଲିଛିିି ସିରୋ ସର୍ଭେ

ଭୁବନେଶ୍ୱର, ୧୯ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ସିରୋ ସର୍ଭେ ଚାଲିଛିିି । ସିରୋ ସର୍ଭେ ନେଇ ଆରଏମଆରସି ନିର୍ଦ୍ଦେଶିକା ସୂଚନା ଦେଇଛନ୍ତିି । ଏହି ସର୍ଭେ ରାଜ୍ୟ ସରକାର ଓ ଆରଏମଆରସି ପକ୍ଷରୁ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ର ୫ଟି ସ୍ଥାନରେ ସିରୋ ସର୍ଭେ କରିବା ନେଇ ଲକ୍ଷ୍ୟ ରହିଛି । ପୁରୀରେ ପ୍ରଥମେ ସିରୋ ସର୍ଭେ ସରିଛି । ଏହି ସିରୋ ସର୍ଭେର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆସରିଛି ।

ସେହିପରି ଭୁବନେଶ୍ୱର ମହାନଗର ନିଗମରେ ୨ଟି ପର୍ଯ୍ୟାୟରେ ସିରୋ ସାର୍ଭେ କରାଯିବ । ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ସିରୋ ସର୍ଭେ ହୋଇସାରିଛି । ଏହି ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯ଶହ ସିରୋଲୋଜିକାଲ ଟେଷ୍ଟ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ହାଇରିସ୍କ ଗ୍ରୁପର ଟେଷ୍ଟ କରାଯିବ । ହାଇରିସ୍କ ଗ୍ରୁପର ଏଇ ସପ୍ତାହକ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଗଞ୍ଜାମ, ବଡ଼ମ୍ବା ନରସିଂହପୁର ଓ ଗଜପତିରେ ଏହି ସର୍ଭେ କରାଯିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.