fbpx

ଗୋଆରେ ଡେଷ୍ଟିନେସନ ୱେଡିଙ୍ଗ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରଙ୍କ ବିବାହ, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟିମ ଇଣ୍ଡିଆର ତଥା ପଞ୍ଜାବ କିଙ୍ଗସର ଷ୍ଟାର ସ୍ପିନର ରାହୁଲ ଚହର । ଆଜି ଗୋଆରେ ରାହୁଲଙ୍କର ଡେଷ୍ଟିନେସନ ୱେଡିଙ୍ଗ ଶେଷ ହୋଇଛି । ଏହି ସମୟର ହଳଦୀ ବୋଳା ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟର କରିଛନ୍ତି ରାହୁଲ ଚହର । ଫେସନ ଡିଜାଇନର ଇଶାନୀଙ୍କ ସହିତ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ।

୨୦୧୯ ମସିହାରୁ ନିର୍ବନ୍ଧ ହୋଇ ଯାଇଥିଲେ ମଧ୍ୟ କରୋନା କଟକଣା ପାଇଁ ବିବାହକୁ ଘୁଞ୍ଚାଇ ଦେଇଥିଲେ ରାହୁଲ । କିନ୍ତୁ ୯ ମାର୍ଚ୍ଚ ମାନେ ଆଜି ଉଭୟଙ୍କର ଗୋଆରେ ଡେଷ୍ଟିନେସନ ୱେଡିଙ୍ଗ ହୋଇଯାଇଛି । ତେବେ ବିବାହ ସମୟରେ ହଳଦୀ ବୋଳା ଚେହେରାରେ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଅକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । କେବଳ ରାହୁଲ ନୁହେଁ, ଇଣ୍ଡିଆନ ଷ୍ଟାର ଖେଳାଳି ଦୀପକ ଚହର ଏବଂ ଭଉଣୀ ମାଳତୀଙ୍କ ସମେତ ଅନ୍ୟମାନେ ମଧ୍ୟ ଫଟୋ ଶେୟର କରିଛନ୍ତି । ଯାହା ଏବେ ସୋଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.