fbpx

ନୂଆ ଓଡ଼ିଶା ଯୋଜନାରେ ୧ ଲକ୍ଷରୁ ଅଧିକ ଯୁବକ-ଯୁବତୀଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତ

ଭୁବନେଶ୍ୱର: ରାଜ୍ୟ ସରକାର ଆସନ୍ତା ୩ ବର୍ଷ ମଧ୍ୟରେ ନୂଆ ଓଡ଼ିଶା ଯୋଜନାରେ ୧ ଲକ୍ଷ ରୁ ଅଧିକ ଯୁବକଯୁବତୀଙ୍କୁ ଦକ୍ଷ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯୁବବର୍ଗଙ୍କୁ କୁଶଳୀ ଏବଂ ଦକ୍ଷ କରିବା ଲାଗି ଏହି ଯୋଜନାରେ ସରକାର ୩୮୫ କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁରୀ ଦେଇଛନ୍ତି ।

କ୍ୟାବିନେଟ୍‍ ବୈଠକରେ ଭୁବନେଶ୍ୱର ନାଇଜର ଶିକ୍ଷାନୁଷ୍ଠାନ ପରିସରରେ ରାଜ୍ୟ ସରକାର ଏବଂ ଟାଟା ମେମୋରିଆଲର ମିଳିତ ସହଯୋଗରେ କ୍ୟାନସର ହସ୍‍ପିଟାଲ ସ୍ଥାପନ ପାଇଁ ମଞ୍ଜୁରୀ ମିଳିଛି । କ୍ୟାବିନେଟରେ ପାରିତ ହୋଇଥିବା ୧୯ଟି ପ୍ରସ୍ତାବ ମଧ୍ୟରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀ ବ୍ଲକରେ ବୃହତ୍‍ ପାନୀୟ ଜଳ ପ୍ରକଳ୍ପର ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି ।

ଯେଉଁ ପଂଚାୟତଗୁଡ଼ିକରେ ବ୍ୟାଙ୍କିଂ ସୁବିଧା ନାହିଁ ସେହିସବୁ ପଂଚାୟତଗୁଡ଼ିକରେ ବ୍ୟାଙ୍କିଙ୍ଗ୍‍ ଶାଖା ଖୋଲିବା ପାଇଁ ଓଡ଼ିଶା ମୋବାଇଲ୍‍ ଟାୱାର, ଟେଲିଗ୍ରାମ ନୀତିରେ ସଂଶୋଧନକୁ କ୍ୟାବିନେଟ୍‍ର ମଞ୍ଜୁରୀ ମିଳିଛି । ସେହିପରି ରାଜ୍ୟର ୪ ହଜାର ୩୭୩ ପଂଚାୟତକୁ ସିଏସ୍‍ପି ପ୍ଲସ୍‍ ବ୍ୟାଙ୍କିଂ ଆଉଟ୍‍ଲେଟ୍‍ ଖୋଲିବା ପ୍ରସ୍ତାବ କ୍ୟାବିନେଟ୍‍ର ଅନୁମୋଦନ ଲାଭ କରିଛି ।

Get real time updates directly on you device, subscribe now.