fbpx

ଗୋଟିଏ ଆଧାର ନମ୍ବରରେ ୬୫୮ଟି ସିମ୍ କାର୍ଡ ଜାରି, ଏପରି ଫ୍ରଡରୁ ବଞ୍ଚିବା ଲାଗି ତୁରନ୍ତ କରନ୍ତୁ ଏପରି କାମ

ନୂଆଦିଲ୍ଲୀ: ଗୋଟିଏ ଆଧାର କାର୍ଡକୁ ବହୁ ସିମ୍ କାର୍ଡ ସହ ଯୋଡିବାର ଘୋଟାଲା ଜାରି ରହିଛି । ସାଇବର କ୍ରାଇମ୍ ଶାଖା ଏବେ ଏପରି ଏକ ମାମଲାର ପର୍ଦ୍ଦାଫାଶ କରିଛି ଯେଉଁଠି ଜଣେ ବ୍ୟକ୍ତି ଗୋଟିଏ ଆଧାର ନମ୍ବରର ଉପଯୋଗ କରି ୧୦୦ରୁ ୧୫୦ ପର୍ଯ୍ୟନ୍ତ ମୋବାଇଲ୍ ସଂଯୋଗ ନେଇଛି । ଗତ ୪ ମାସରେ ତାମିଲନାଡୁର ସାଇବର କ୍ରାଇମ୍ ଶାଖା ଧୋକାଦାରୀ ସନ୍ଦେହରେ ତାମିଲନାଡୁରେ ୨୫,୧୩୫ ସିମ୍ କାର୍ଡ ବ୍ଲକ କରିଦେଇଛି । ବିଜୟୱାଡାରେ ଅନ୍ୟ ଏକ ମାମଲାରେ ଗୋଟିଏ ଫଟୋ ପରିଚୟପତ୍ର ସହିତ ୬୫୮ଟି ସିମ୍ କାର୍ଡ ଜାରି କରାଯାଇଥିଲା ।

ଡିପାର୍ଟମେଣ୍ଟ ଅଫ୍ ଟେଲି କମ୍ୟୁନିକେସନ (ଡିଓଟି) ଏହି ବିଷୟ ଉପରେ ସେତେବେଳେ ଧ୍ୟାନ ଦେଇଥିଲା ଯେତେବେଳେ ଏକ ଟୁଲ୍ କିଟ୍ରେ ତ୍ରୁଟି ଚିହ୍ନଟ ହୋଇଥିଲା । ଏଏସଟିଆର ସଫ୍ଟୱେୟାର ସିମ କାର୍ଡ କ୍ଷେତ୍ରରେ ଧୋକାଦାରୀର ଚିହ୍ନଟ କରିଥାଏ ଓ ପ୍ରମାଣ ସହିତ ନମ୍ବରକୁ ବ୍ଲକ କରିଦେଇଥାଏ । ସଫ୍ଟୱେୟାର ସମସ୍ତ ଟେଲିକମ ଅପରେଟରଙ୍କ ଠାରୁ ସିମ କାର୍ଡ ଧାରକଙ୍କ ଫଟୋ ନେଇଥାଏ ଓ ଏହାକୁ ଫିଲଟର କରିଥାଏ । ଏଥିରୁ ଜଣାପଡିଥାଏ କି ଗୋଟିଏ ଫଟୋରେ ବହୁ ସଂଖ୍ୟାରେ ସିମ୍ ନିଆଯାଇଛି ।
ଏହି ଫ୍ରଡରୁ ବଞ୍ଚିବା ଲାଗି ଲୋକମାନେ ଡିଓଟି ଦ୍ୱାରା ପ୍ରସ୍ତୁତ ପୋର୍ଟାଲ ମାଧ୍ୟମରେ ଏହା ଯାଞ୍ଚ କରିପାରିବେ କି ସେମାନଙ୍କ ଆଧାର ନମ୍ବରରେ କେତେ ଫୋନ୍ ନମ୍ବର ପଞ୍ଜୀକୃତ ହୋଇଛି । ଟେଲିକମ୍ ଆନାଲିଟିକ୍ସ ଫର ଫ୍ରଡ ମ୍ୟାନେଜମେଣ୍ଟ ଆଣ୍ଡ କନଜ୍ୟୁମର ପ୍ରୋଟେକ୍ସନ (TAFCOP) ପୋର୍ଟାଲ ଟେଲିକମ୍ ଗ୍ରାହକଙ୍କୁ ସେମାନଙ୍କ ଆଧାର ନମ୍ବର ସହ ଜଡିତ ସମସ୍ତ ଫୋନ୍ ନମ୍ବରକୁ ଦେଖିବାକୁ ଅନୁମତି ଦେଇଥାଏ ।

କିପରି କରିବେ ଯାଞ୍ଚ:
୧-ଅଧିକାରୀକ ୱେସାଇଟକୁ ଯାଆନ୍ତୁ https://tafcop.dgtelecom.gov.in/

୨-ନିଜର ମୋବାଇଲ ନମ୍ବର ଦାଖଲ କରନ୍ତୁ ଓ ଓଟିପି ଲାଗି ଅନୁରୋଧ କରନ୍ତୁ
୩-ନିଜ ଫୋନକୁ ଆସିଥିବା ଓଟିପି ଦାଖଲ କରିବା ପରେ ସବମିଟ୍ କରି କ୍ଲିକ କରନ୍ତୁ
୪- ଆପଣଙ୍କ ଆଧାର କାର୍ଡରେ ପଞ୍ଜୀକୃତ ମୋବାଇଲ୍ ନମ୍ବର ଦେଖାଯିବ ।

Get real time updates directly on you device, subscribe now.