fbpx

ପ୍ରିନ୍ସପାଲଙ୍କ ଦେହରେ ନିଆଁ ଲଗାଇଦେଲା ଛାତ୍ର: ମାର୍କସିଟ ଦେବାରେ ବିଳମ୍ବ ହେବାରୁ ଏମିତି କାଣ୍ଡ

Advertisement

ଇନ୍ଦୋର: ଗୁରୁ-ଶିଷ୍ୟଙ୍କ ସମ୍ପର୍କ ଖୁବ ପବିତ୍ର ଏବଂ ନିର୍ମଳ । ଯାହା ସଫଳତାର ଏକ ମହାନ ପାହାଚ ବୋଲଇ କୁହାଯାଏ । ରାମାୟଣ, ମହାଭାରତ ଆଦି ଗ୍ରନ୍ଥରେ ଏହି ସମ୍ପର୍କକୁ ଖୁବ ଉଚ୍ଚରେ ରଖାଯାଇଛି । କିନ୍ତୁ କଳିଯୁଗରେ ଏହି ସମ୍ପର୍କ କଳଙ୍କିତ ହେବାରେ ଲାଗିଛି । କେବେ ଗୁରୁ ତ କେବେ ଶିଷ୍ୟଙ୍କ ପାଇଁ ଏହି ମହାନ ସମ୍ପର୍କ ନିଜର ସମ୍ମାନ ହରାଇ ଚାଲିଛି । ଯାହର ବଡ ଉଦାହରଣ ପାଲଟିଛି ଇନ୍ଦୋରର ଏକ ଘଟଣା । ଛୋଟ ଘଟଣାକୁ ନେଇ ଜଣେ ଛାତ୍ର ପ୍ରିନ୍ସପାଲଙ୍କୁ ନିଆଁ ଲଗାଇ ଦେଇଥିବା ଜାଣିବାକୁ ମିଳିଛି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଇନ୍ଦୋରର ବିଏମ କଲେଜରେ । କଲେଜର ପ୍ରିନ୍ସପାଲଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି ଜଣେ ପୂର୍ବତନ ଛାତ୍ର । ମିଳିଥିବା ସୂଚନା ଅନୁଯାୟୀ, ମାର୍କସିଟ ମିଳିବାରେ ବିଳମ୍ବ ହେବାରୁ ଏଭଳି ଏକ କାଣ୍ଡ ଘଟାଇଛି ଆଶୁତୋଷ ଶ୍ରୀବାସ୍ତବ । ଏହି କଲେଜର ପ୍ରିନ୍ସପାଲ ୫୪ ବର୍ଷିୟ ବିମୁକ୍ତା ଶର୍ମାଙ୍କ ଦେହ ୯୦ ପ୍ରତିଶତ ଜଳି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କଥା କହିବା ସ୍ଥିତିରେ ନଥିବା ସୂଚନା ଦେଇଛନ୍ତି ପୋଲିସ ଅଧୀକ୍ଷକ ଭାଗବତ ସିଂହ ଭିର୍ଦେ । ନିଆଁ ଲଗାଇଦେବା ପରେ ପ୍ରିନ୍ସପାଲ ବିଲଡିଂ ଆଡକୁ ଦୌଡିଥିଲେ, ଏହି ସମୟରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ଡାକ୍ତରଖାନା ପଠାଇଛନ୍ତି ।

ପଚରାଉଚରା ବେଳେ ଅଭିଯୁକ୍ତ ଆଶୁତୋଷ ନିଜ ଅପରାଧ ସ୍ୱୀକାର କରିଛି । ଆଶୁତୋଷର କହିବା ଅନୁଯାୟୀ, ସେ ସପ୍ତମ ଏବଂ ଅଷ୍ଟମ ସେମିଷ୍ଟାର ପରୀକ୍ଷା ଦେଇଥିଲେ । ଉଭୟ ସେମିଷ୍ଟାରର ରେଜଲ୍ଟ ଗତବର୍ଷ ଜୁଲାଇରେ ଆସିଥିବା ବେଳେ ବାରମ୍ବାର ମାଗିବା ସତ୍ତେ୍ୱ କଲେଜ ତାଙ୍କୁ ମାର୍କସିଟ ଦେଇ ନଥିଲା । ଏହି କାରଣରୁ ସେ ରାଗି ଯାଇଥିଲା ଏବଂ ପ୍ରିନ୍ସପାଲ ଘରକୁ ଫେରିବା ବାଟରେ ତାଙ୍କୁ ଆକ୍ରମଣ କରିଥିଲା ଆଶୁତୋଷ । ତେବେ ଏହା ପୂର୍ବରୁ ପ୍ରିନ୍ସପାଲଙ୍କୁ ହଇରାଣ କରିଥିବା ମଧ୍ୟ ପୋଲିସ ଆଗରେ ମାନି ନେଇଛି ଆଶୁତୋଷ । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ କାର୍ଯ୍ୟ ଜାରି ରଖିଛି ।

Get real time updates directly on you device, subscribe now.