ଭୁବନେଶ୍ୱର: ରାଜ୍ୟରେ ତାତିଠାରୁ ବଳିଯାଇଛି ଗୁଗୁଗୁଳି। ରାଜ୍ୟବାସୀ ଛଟପଟ ହେଉଛନ୍ତି। ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ତାପମାତ୍ରା ଟପିଛି। ପୁରୀରେ ସର୍ବାଧିକ ୩୪.୪, ବାଲେଶ୍ୱରରେ ୩୩ ଡିଗ୍ରୀ, ଚାନ୍ଦବାଲିରେ ୩୨.୮, ଭୁବନେଶ୍ୱରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି ଗୋପାଳପୁର ଓ ପାରଦୀପରେ ତାପମାତ୍ରା ୩୧.୮ ଡିଗ୍ରୀ ରହିଛି। ରାଜ୍ୟରେ ଆର୍ଦ୍ରତା ଅଧିକ ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି।
ଗତକାଲି ଭୁବନେଶ୍ବରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ପରେ ରାସ୍ତା ପାଣିରେ ବୁଡିଯାଇଥିଲା। ଏହି ବର୍ଷା ପାଣିରେ ଗାଡ଼ି ମଧ୍ୟ ବୁଡ଼ି ଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ଜନପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା।