fbpx

ଆଉ ରହିବନି ଡେଙ୍ଗୁର ଭୟ! ଏହି ହସ୍ପିଟାଲରେ ଆରମ୍ଭ ହେଲା ଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲ

ନୂଆଦିଲ୍ଲୀ: ଭାରତରେ ବର୍ଷା ଋତୁ ପରେ ପ୍ରତି ବର୍ଷ ଭୟଙ୍କର ଡେଙ୍ଗୁ ରୋଗ ବ୍ୟାପିଥାଏ। କିନ୍ତୁ ବର୍ତ୍ତମାନ ଏହା ଡରିବାର ଆବଶ୍ୟକତା ନାହିଁ। ଖୁବଶିଘ୍ର ଏହାର ପ୍ରକୋପ ଶେଷ ହେବାକୁ ଯାଉଛି। ଡେଙ୍ଗୁ ପାଇଁ ପ୍ରସ୍ତୁତ ହୋଇଥିବା ଭ୍ୟାକ୍ସିନର ତୃତୀୟ ଫେଜର ଟ୍ରାଏଲ ଆରମ୍ଭ ହୋଇସାରିଛି। ଯଦି ଫଳାଫଳ ସଫଳ ରହିଲା ତେବେ ଭ୍ୟାକ୍ସିନର ଡୋଜରେ ଡେଙ୍ଗୁଙ୍କୁ ମଧ୍ୟ କୋରନା ଭଳି ଶେଷ କରାଯାଇପାରିବ।

ପେନେସିୟା ବାୟିଟିକ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ଦ୍ୱାରା ପସ୍ତୁତ କରାଯାଉଥିବା ଡେଙ୍ଗୁ ଅଲ ଭ୍ୟାକ୍ସିନର ତୃତୀୟ ଫେଜର ହ୍ୟୁମ୍ୟାନ ଟ୍ରାଏଲ ଦେଶସାରା କରାଯାଉଛି। ଏଥିପାଇଁ ସାରା ଦେଶରେ ୧୯ ସେଣ୍ଟର କରାଯାଇଥିଲା। ଯେଉଁଠାରେ ଯୁବକଙ୍କୁ ଏହି ଭ୍ୟାକ୍ସିନ ଦିଆଯିବ ଏବଂ ଏହାର ଫଳାଫଳକୁ ରେକର୍ଡ କରାଯିବ।

ଦିଲ୍ଲୀରେ ଏହି ଭ୍ୟାକ୍ସିନର ଟ୍ରାଏଲ ପାଇଁ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇଂସେଜ ଆଣ୍ଡ ଆରଏମଏଲ ହସ୍ପିଟାଲକୁ ମନୋନୀତ କରାଯାଇଛି। ଏଠାରେ ହାରାହାରି ୫୪୫ ଲୋକଙ୍କୁ ଭ୍ୟାକ୍ସିନର ଡୋଜ ଦିଆଯାଇଛି। ସେହିପରି ଦେଶର ଅନ୍ୟ ସେଣ୍ଟରମାନଙ୍କରେ ମଧ୍ୟ ପ୍ରତି ସେଣ୍ଟରରେ ଏତିକି ହିଁ ଲୋକଙ୍କୁ ଏହି ଭ୍ୟାକ୍ସିନ ଲଗାଯିବ। ଆରଏମଏଲରେ ଟ୍ରାୟଲର ଆରମ୍ଭ ୨୭ ସେପ୍ଟେମ୍ବର ୨୦୨୪ରେ ଭ୍ୟାକ୍ସିନ ଦିଆଯାଇ ପରୀକ୍ଷା ଆରମ୍ଭ ହୋଇଛି।

Get real time updates directly on you device, subscribe now.