୯ରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି, ପୁଣି ଖୋଲିବ ନୂଆଁ ଆବେଦନ ହିତାଧିକାରୀଙ୍କ ପାଇଁ ପୋର୍ଟାଲ

ବାଦ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଯୋଡ଼ିବାକୁ ହେବ ସର୍ଭେ।

ଭୁବନେଶ୍ୱର: ଅଗଷ୍ଟ ୯ରେ ଆସିବ ସୁଭଦ୍ରା ଟଙ୍କା। ତୃତୃୀୟ କିସ୍ତି ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା। ଅଗଷ୍ଟ ୯ରେ ତୃତୀୟ କିସ୍ତି ଆସିବା ପରେ ଖୋଲିବ ସୁଭଦ୍ରା ପୋର୍ଟାଲ।

ବାଦ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଯୋଡ଼ିବାକୁ ହେବ ସର୍ଭେ।

୯୩ ହିତାଧିକାରୀଙ୍କୁ ୬୦ ବର୍ଷ ହେଲାଣି। ସେମାନଙ୍କୁ ୬୦ ବର୍ଷ ପୁରୁଥିବାରୁ ଭତ୍ତା ପାଇଁ ନାଁ ପଠାଯାଇଛି।

୨୧ ବର୍ଷ ହୋଇଥିବା ଯୁବତୀ ଆବେଦନ କରିପାରିବେ।

ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ଏ ନେଇ ତାରିଖ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି।

ଆଉ କିଛି ଦିନ ପରେ ସୁଭଦ୍ରାର ୩ୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ। ସରକାରଙ୍କ ଘୋଷଣା ଅନୁସାରେ ରାଖୀ ପୂର୍ଣ୍ଣିମା ଅର୍ଥାତ୍ ଅଗଷ୍ଟ ୯ ତାରିଖରେ ୩ୟ କିସ୍ତି ଟଙ୍କା ମିଳିବ। ଅର୍ଥାତ୍ ୧୫ ହଜାର ଟଙ୍କା ଖାତାକୁ ଆସିବ ।

୨ୟ କିସ୍ତି ଟଙ୍କା ମାର୍ଚ୍ଚ ୮ ତାରିଖରେ ମହିଳାଙ୍କ ଖାତାକୁ ଆସିଥିଲା। ଏହାପରେ ଆସନ୍ତା ରାଖୀ ପୂର୍ଣ୍ଣିମାରେ ୩ୟ କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଥିଲେ।