fbpx

‘ଖୁବ ଶିଘ୍ର ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା’: ପ୍ରେସମିଟରେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପଭାତୀ ପରିଡ଼ା

ଭୁବନେଶ୍ୱର: ଆଜି ସୁଭଦ୍ରା ଯୋଜନା ଟଙ୍କା ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ବଣ୍ଟନ କରାଯାଇଛି। ଏହାପରେ ଖୁବ୍ ଶିଘ୍ର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏ ନେଇ ପ୍ରେସମିଟରେ ଉପମୁଖ୍ୟମନ୍ତ୍ରୀ ସୂଚନା ଜାରି କରିଛନ୍ତି।

ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୧ କୋଟି ୫୦ ହଜାର ମହିଳା ରେଜିଷ୍ଟ୍ରେସନ କରିଲେଣି। ୨ୟ ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଖୁବ୍ ଶିଘ୍ର ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବୁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ସେ ଆହୁରି କହିଛନ୍ତି, ଏନପିସିଆଇ କ୍ଲିୟରାନ୍ସ ପରେ ଆଜି ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରିଛୁ। କୌଣସି ଯୋଗୂ ହିତାଧିକାରୀଙ୍କ ଅବେଦନପତ୍ର ଖାରଜ କରାଯିବ ନାହିଁ। ଘରକୁ ଘର ଯାଇ, ବ୍ଲକ ବା ଜିଲ୍ଲା ପ୍ରଶାସନ ଜରିଆରେ ଯୋଗୂ କରାଇବୁ। ଯେଉଁମାନେ ନ ପାଇ ୨ ଥର ଆବେଦନ କରୁଛନ୍ତି, ସେମିତି ଅନାବଶ୍ୟକ। ଆଉ ଅବେଦନ ନ କରି କଣ ତ୍ରୁଟି ଅଛି ତାକୁ ସଂଶୋଧନ କରନ୍ତୁ। ଖୁବ୍ ଶିଘ୍ର ତୃତୀୟ ପର୍ଯ୍ୟାୟ ଦେବୁ, ସମସ୍ତ ଯୋଗ୍ୟଙ୍କୁ ମିଳିବ ସହାୟତା।

Get real time updates directly on you device, subscribe now.