fbpx

Viral Video: ସିଂହକୁ ପାଣି ପିଇବାକୁ ଅଟକାଇଲା କଇଁଛ, ଦେଖନ୍ତୁ ତା’ପରେ କ’ଣ ହେଲା ?

ନୂଆଦିଲ୍ଲୀ: ପ୍ରତେକ ଦିନ ଇଣ୍ଟରନେଟରେ କିଛି ନା କିଛି ମଜାଳିଆ ଭିଡିଓ ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଥାଏ । ପଶୁ-ପକ୍ଷୀମାନଙ୍କର ମଜାଳିଆ ଭିଡିଓ ଲୋକଙ୍କୁ ଅଧିକ ମନମୋହିଥାଏ । ଅଧିକାଂଶ ସମୟରେ ଅଧିକାଂଶ ଲୋକ ସୋସିଆଲ ମିଡିଆରେ ପଶୁ-ପକ୍ଷୀମାନଙ୍କର ଭିଡିଓ ଦେଖିବାକୁ ପସନ୍ଦ କରିଥାନ୍ତି । କାରଣ ପଶୁମାନଙ୍କର ଗତିବିଧି ଏବଂ ସେମାନଙ୍କର କିଛି ଭିନ୍ନ ଶୈଳୀର ଭିଡିଓ ଏବଂ ଫଟୋ ସମସ୍ତଙ୍କୁ ଖୁସି କରିଥାଏ । ବରର୍ତ୍ତମାନ ସେଭଳି ଏକ କଇଁଛର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କଇଁଛଟି କିପରି ସିଂହକୁ ପୋଖରୀରୁ ପାଣି ପିଇବାକୁ ବାରଣ କରୁଛି ।

ଯେତେବେଳେ ସିଂହ ପୋଖରୀରୁ ପାଣି ପିଉଛି, ତା’ପରେ ହଠାତ୍ ଏକ କଇଁଛ ଆସି ସିଂହକୁ ପାଣି ପିଇବାରୁ ଅଟକାଉଛି । କଇଁଛଟି ଥରେ ନୁହେଁ ବରଂ ବାରମ୍ବାର ସିଂହ ପାଟି ନିକଟକୁ ଆସି ତାକୁ ପାଣି ପିଇବାକୁ ଦେଉ ନାହିଁ । ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ଫେକନୋଟିଂ’ ନାମକ ଏକ ହ୍ୟାଣ୍ଡେଲ ସହ ସେୟାର କରାଯାଇଛି, ଯାହା ପରେ ଏହା କ୍ରମଶଃ ଭାଇରାଲ ହେବାରେ ଲାଗିଛି । ଖବର ଲେଖାଯିବା ବେଳକୁ ଏହି ଭିଡିଓକୁ ୫,୪୭ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ତେବେ ଏହି ଭିଡିଓକୁ ୧୩ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି । ଏହାକୁ ମିଶାଇ ୩୫୨ରୁ ଅଧିକ ଲୋକ ଏହି ଭିଡିଓକୁ ରିଟ୍ୱିଟ୍ କରିଛନ୍ତି।

 

Get real time updates directly on you device, subscribe now.