fbpx

Love-Sexର ଭୟଙ୍କର ପରିଣାମ; ମିଛ ହେଲା ପ୍ରତିଶ୍ରୁତି, ସତ ହେଲା ପ୍ରତାରଣା…

ଓଡ଼ିଶା ଭାସ୍କର: “ମୁଁ କଣ ବାହା ହୋଇ ଭୁଲ କଲି..ମୁଁ କଣ ଭଲ ପାଇ ପାପ କଲି.ମୁଁ କଣ ମୋ ସ୍ୱାମୀ ସାଙ୍ଗରେ ସମ୍ପର୍କ ରଖି ଅପରାଧ କଲି..କିନ୍ତୁ କାହିଁକି କେଜାଣି ଏ ସମାଜ ମୋତେ ଚରିତ୍ର ହୀନା ସଜାଇଦେଲା..ମୁଁ ସବୁକିଛି ହରାଇଲା ପରେ ମୁଁ ହୋଇଗଲି ଚରିତ୍ରହୀନା..”ଏଭଳି କିଛି କହି ଆଖିରୁ ଲୁହ ଗଡ଼ାଇ କାନ୍ଦୁଛନ୍ତି ଜୈନେକ ଯୁବତୀ ଜଣକ । ଲଭ ସେକ୍ସ ଧୋକାର କରୁଣ ପରିଣତି…ପ୍ରଥମେ ଲଭ ପରେ ସେକ୍ସ ଆଉ ତାପରେ ଧୋକା..ପ୍ରଥମେ ପ୍ରେମ କଲା…ଆଉ ମୋ ବିଶ୍ୱାସ କୁ ଜିତବା ପରେଶାରୀରିକ ସମ୍ପର୍କ ରଖିଲା.. ଆଉ ସବୁ କିଛି ଲୁଟି ନେଲା ପରେ ପ୍ରେମିକର ମନ ବଦଳିଗଲା , ଏ ପ୍ରେମବିକାକୁ ଛାଡି ଅନ୍ୟ ଝିଅମାନଙ୍କ ସହ ଅନୈତିକ ସମ୍ପର୍କ ରଖିଲା ଧୋକେବାଜ ପ୍ରେମିକ । ଆଉ ପେମିକା ଏହି ଘଟଣାକୁ ନେଇ ବାଧା ଦେବାରୁ , ପ୍ରେମିକାକୁ ମାରି ଜୋର ଜବରଦସ୍ତ ପୁଣି ଥରେ ପ୍ରେମିକା ସହ ସମ୍ପର୍କ ରଖିବାକୁ ଚେଷ୍ଟା କଲା ..ଆଉ ସବୁ ସାରିଦେଲା ପରେ ଏବେ ପ୍ରେମିକାକୁ ଜୀବନରୁ ମାରିବାକୁ ଧମକ ଦେଉଛି ପ୍ରେମିକ । ଯେଉଁ ଘଟଣା ଦୁଇ ଦିନ ତଳେ ଗଣମାଧ୍ୟମ ରେ ଚର୍ଚ୍ଚିତ ଖବର ଥିବା ଘଟଣା ଏବେ ନୂଆ ମୋଡ ନେବାକୁ ଯାଉଛି ।

ଗ୍ରାମାଞ୍ଚଳ ଥାନାଧିନ ଅଣ୍ଢେଇପଲି ଗ୍ରାମର ସମର ନାୟକ ଓ ଜୈନେକ ଯୁବତୀଙ୍କ ପ୍ରେମ କାହାଣୀ ଆସିଛି ଟ୍ୱିଷ୍ଟ ।ଯୁବତୀ ଜଣକ ସମର କୁ ବିବାହ କରିଛନ୍ତି ତାଙ୍କ ଶହ ଅନେକ ଥର ଶାରୀରିକ ସମ୍ପର୍କ ରଖିଛନ୍ତି ବୋଲି ଯୁବତୀ ଜଣକ ଥାନାରେ ଅଭିଯୋଗ ପରେ ପୋଲିସ ମଧ୍ୟ ଯୁବତୀଙ୍କ ଡାକ୍ତରୀ ମଇନା କରିବା ସହ ଯୁବତୀ ଙ୍କ ଏତଲା ମୂଳେ ଦଫା ୩୭୬ ରେ ଅଭିଯୋଗ କୁ ପଞ୍ଜିକରଣ କରିଛି । କିନ୍ତୁ ଅନ୍ୟପଟେ ପ୍ରେମିକ ସମର ନାୟକ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହା ହାସ୍ୟାସ୍ପଦ ବୋଲି ମନେହେଉଛି ବୋଲି କହିଛନ୍ତି ଯୁବତୀ । କାରଣ ସମର ନାୟକ କହିଛନ୍ତି କି ଯୁବତୀ ଜଣକ ତାଙ୍କ ଠାରୁ ୧୬ ଲକ୍ଷ୍ ୫୦ ହଜାର ଟଙ୍କା ଆଣିଛନ୍ତି ।୧୨ ଲକ୍ଷ କ୍ୟାସ ଓ ୪ ଲକ୍ଷ ୫୦ ହଜାର ଋଣ ଆକାରରେ ଆଉ ଟଙ୍କା ମାଗିଲେ ବିଭିନ୍ନ ଆଳ ଦେଖାଇ ଟଙ୍କା ଫେରାଉନଥିଲେ ଶେଷରେ ମୁଁ ଥାନାରେ ଅଭିଯୋଗ କରିଛି ।ଗୋଟେ ପଟେ ଯୁବତୀ ଜଣକ ସମର ନାୟକଙ୍କ ସ୍ତ୍ରୀ ବୋଲି ସମ୍ବୋଧନ କରିଥିବା ବେଳେ..ସମର ନାୟକ କିନ୍ତୁ ବିବାହ କଥା ନଉଠାଇ ଖାଲି ଟଙ୍କା ବାବଦରେ କହୁଛନ୍ତି ଯାହାକି ସମର ନାୟଙ୍କ ପ୍ରତିକ୍ରିୟା ସନ୍ଦେହ ସୃଷ୍ଟି କରୁଛି ।

ତେବେ ଯୁବତୀ ଜଣକ ସମର ଙ୍କୁ ସ୍ୱାମୀ କହୁଥିବା ବେଳେ ତାଙ୍କ ସହ ଅନେକ ସମୟରେ ଶାରୀରିକ ସମ୍ପର୍କ ରଖିଥିବା ବେଳେ କାହିଁକି ସମର ଏକଥାକୁ ପ୍ରତ୍ୟାଖ୍ୟାନ କରି ଏ ପ୍ରସଙ୍ଗ କୁ ଉଠାଉନାହାନ୍ତି ଖାଲି ଟଙ୍କା ବିଷୟରେ କହୁଛନ୍ତି ତାହା ଏବେ ସନ୍ଦେହ ଘେରରେ ।ସତରେ କଣ ସମର ଯୁବତୀଙ୍କ ସହ ବିବାହ କରିନାହାନ୍ତି..ଯଦି ବିବାହ କରିନାହାନ୍ତି ସେ କୋର୍ଟ କାଗଜ କଣ ମିଛ..ସତରେ କଣ ସମର ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିନାହାନ୍ତି…ଯଦି ରଖିନାହାନ୍ତି ତେବେ ଯୁବତୀ କହୁଥିବା ହୋଟେଲ ଯିବା କଣ ମିଛ..ତେବେ ଶେଷରେ ଯୁବତୀ ଗୋଟିଏ କଥା କହିଛନ୍ତି ଯଦି ମୁଁ ବିବାହ କରି ଭୁଲ କରିଛି..ଯଦି ମୁଁ ସ୍ୱାମୀଙ୍କ ସାଙ୍ଗରେ ସମ୍ପର୍କ ରଖି ଚରିତ୍ର ହିନା ସାଜିଛି ତେବେ ଏ ସମାଜ ରେ .ତାହାଲେ .ଯଦି ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କୁ ସମାଜ ଏମିତି ଆଖିରେ ଦେଖେ ସମ୍ପର୍କ ର ମୂଲ୍ୟବୋଧ ମଧ୍ୟ କିଛି ରହିବ ନାହିଁ ।ମିଛ ବୋଲି ମୁଁ କହିବି ଏକଥା କହିଛନ୍ତି ଲୁହ ଭରା ଆଖିରେ ଯୁବତୀ ଜଣକ ।ତେବେ ଦେଖିବାକୁ ବାକିରହିଲା ଏଭଳି ହାଇ ପ୍ରୋଫାଇଲ ପ୍ରେମ କାହାଣୀର ମୋଡ କେଉଁ ଆଡେ ଗତିକରୁଛି ।

Get real time updates directly on you device, subscribe now.