fbpx

(Video) ଇଂଜିନରୁ ଅଲଗା ହୋଇଗଲା ଟ୍ରେନ୍ , ପ୍ରାୟ ୩୦୦ ମିଟର ଅଲଗା ହେବା ପରେ ଅଟକାଇଲେ ଲୋକୋପାଇଲଟ୍

ଭୁବନେଶ୍ୱର: ରାଜ୍ୟରେ ଯେମିତି ଟ୍ରେନ୍ ଦୁର୍ଘଟଣା ଥମିବାର ନା ଧରୁନାହିଁ । ବାହ।ନଗା ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ଏହା ପରେ ପରେ ମଧ୍ୟ ରାଜ୍ୟର କେଉଁଠି ନା କେଉଁଠି ଛୋଟ ମୋଟ ଦୁର୍ଘଟଣା ଘଟିବାରେ ଲାଗିଛି । ଏବେ କଳାହାଣ୍ଡି, କେସିଙ୍ଗା ଷ୍ଟେସନରେ ଘଟିଛି ଏକ ଦୁର୍ଘଟଣା । କିନ୍ତୁ ଡ୍ରାଇଭରଙ୍କ ବୁଦ୍ଧିଯୋଗୁ କାହାର କିଛି କ୍ଷତି ହୋଇନାହିଁ । କେସିଙ୍ଗା ଷ୍ଟେସନରେ ହଠାତ୍ ଇଂଜିନ ଠାରୁ ଅଲଗା ହେଲା ମାଲବାହି ଟ୍ରେନ୍ ।

ଆଲୁମିନିୟମ୍ ଲୋଡ କରି ଦାମନଯୋଡିରୁ ଅନୁଗୁଳ ଯାଉଥିଲା ଏହି ଟ୍ରେନ୍ । ପ୍ରାୟ ୩୦୦ ମିଟର ଅଲଗା ହୋଇଯିବା ପରେ ଟ୍ରେନଟିକୁ ରୋକି ଦେଇଥିଲେ ଲୋକୋପାଇଲଟ୍ । ଘଟଣାସ୍ଥଳରେ ସ୍ଥାନୀୟ ରେଳ ବିଭାଗ ପହଞ୍ôଚ ତଦନ୍ତ ଆରମ୍ଭ କରୁଛି । ମରାମତି ଲାଗି ଟିଟିଲାଗଡରୁ ମଧ୍ୟ ଟେକ୍ନିକାଲ୍ ଟିମ୍ ଆସୁଥିବା ଜଣାଯାଇଛି ।

Get real time updates directly on you device, subscribe now.