fbpx

ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ‘ମେଡିକାଲ ଟୁରିଜିମ୍‌’ର ଟ୍ରେଣ୍ଡ୍‌, ଜାଣନ୍ତୁ ଏହି ପାଠ୍ୟକ୍ରମ ପାଇଁ କ’ଣ ରହିଛି ଯୋଗ୍ୟତା ?

ଓଡ଼ିଶା ଭାସ୍କର: ଆଜିକାଲି ଟୁରିଜିମ୍ ଇଣ୍ଡଷ୍ଟ୍ରି ପ୍ରତି ଯୁବପିଢ଼ିଙ୍କ ଆକର୍ଷଣ ବୃଦ୍ଧି ପାଇବାରେ ଲାଗିଛି । ଏହା ଉତ୍ତମ ଟ୍ରାଭେଲ୍ ଗାଇଡାନ୍ସ, ଟୁର୍ ପ୍ୟାକେଜ୍ ପ୍ରସ୍ତୁତ କରିବା ସହ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ମଧ୍ୟ ସାହାଯ୍ୟ କରୁଛି । ଏଥିମଧ୍ୟରେ ‘ମେଡିକାଲ ଟୁରିଜିମ୍‌’ ଏକ ନୂତନ କ୍ୟାରିୟର ସୁଯୋଗ ଭାବେ ଉଭା ହୋଇଛି । ଏହା ଅନ୍ତର୍ଗତ କୁଶଳୀ ମେଡିକାଲ ପ୍ରଫେସନାଲ୍ସଙ୍କ ମାଧ୍ୟମରେ ପର୍ଯ୍ୟଟକମାନଙ୍କ ପାଇଁ ଉନ୍ନତ ବାୟୋମେଡିକାଲ ଏବଂ ନର୍ସିଂ ସୁବିଧାର ବ୍ୟବସ୍ଥା କରାଯାଇଥାଏ । ଏମିତିରେ ନୂତନ ଏବଂ ଉତ୍ତମ କ୍ୟାରିୟର ବିକଳ୍ପ ଭାବରେ ଯୁବବର୍ଗ ମେଡିକାଲ ଟୁରିଜିମ୍ ପ୍ରତି ଆଗ୍ରହ ପ୍ରକାଶ କରୁଥିବାର ଦେଖାଦେଉଛି ।

ମେଡିକାଲ ଟୁରିଜିମ୍ କ’ଣ ?

ମେଡିକାଲ ଟୁରିଜିମ୍ ଚିକିତ୍ସା ସୁବିଧା ସହ ଜଡ଼ିତ ଏକ ପାଠ୍ୟକ୍ରମ ଯେଉଁଥିରେ ପର୍ଯ୍ୟଟନ ସହ ଚିକିତ୍ସା ସୁବିଧା କିପରି ଜଡ଼ିତ ସେ ବିଷୟରେ କୁହାଯାଇଛି । ଆନ୍ତର୍ଜାତୀୟ ରୋଗୀ ସେବାର ବିଭିନ୍ନ ଉପାୟ, ଟ୍ରାଭେଲ ଏବଂ ଟୁରିଜିମ୍ ଇଣ୍ଡଷ୍ଟ୍ରି, ଲଜିଷ୍ଟିକ୍ସ ଏବଂ ହସ୍ପିଟାଲିଟି ଇଣ୍ଡଷ୍ଟ୍ରି ଆଦି ବିଭିନ୍ନ ବିଷୟ ସହ ପରିଚିତ କରାଯାଇଥାଏ । ଏହା ସହ ଯୋଗାଯୋଗ ଦକ୍ଷତା ବିଷୟରେ ମଧ୍ୟ ଶିକ୍ଷା ପ୍ରଦାନ କରାଯାଇଥାଏ ଯଦ୍ୱାରା ଆମେ ମେଡିକାଲ ପର୍ଯ୍ୟଟକଙ୍କ ସହ ଉତ୍ତମ ଭାବରେ ଯୋଗାଯୋଗ କରିପାରିବା ।

ମେଡିକାଲ ଟୁରିଜିମରେ କ୍ୟରିୟର କରିବା ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା

ଏହି ଫିଲ୍ଡରେ କ୍ୟାରିୟର କରିବା ପାଇଁ ପ୍ରାର୍ଥୀ ଜଣଙ୍କ ମେଡିକାଲ ଟୁରିଜିମ୍ ପାଠ୍ୟକ୍ରମରେ ସ୍ନାତକ କରିଥିବେ । ଏହା ବ୍ୟତୀତ ମେଡିକାଲ ଟୁରିଜିମରେ ସାର୍ଟିଫିକେଟ୍‌, ସ୍ୱାସ୍ଥ୍ୟ ସେବା ମ୍ୟାନେଜମେଣ୍ଟ ଏବଂ ହସ୍ପିଟାଲ ଅପରେସନ ମ୍ୟାନେଜମେଣ୍ଟରେ ଡିପ୍ଲୋମା/ ମେଡିକାଲ ଟୁରିଜିମରେ ମାଷ୍ଟର ଡିଗ୍ରୀ, ପିଜି ଡିପ୍ଲୋମା ଏବଂ MBA କରିଥିବା ଆବଶ୍ୟକ ।

ଭାରତରେ ଆୟୁର୍ବେଦ ଏବଂ ଯୋଗ ସବୁବେଳେ ବିଦେଶୀ ପର୍ଯ୍ୟର୍ଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଅନେକ ବିଦେଶୀ ପର୍ଯ୍ୟଟକ ବିଶେଷ କରି ଆୟୁର୍ବେଦ ଚିକିତ୍ସା ପାଇଁ ଭାରତ ଅସୁଛନ୍ତି । ଭାରତରେ ଅନେକ ହୋଟେଲ, ରିସର୍ଟ ଏବଂ ଆୟୁର୍ବେଦିକ କେନ୍ଦ୍ରରେ ମେଡିକାଲ ଟୁରିଜିମ ସେବା ପ୍ରଦାନ କରୁଛି । ଅପରପକ୍ଷରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ‘ଅତୁଲ୍ୟ ଭାରତ ଅଭିଯାନ’ ଅନ୍ତର୍ଗତ ଯୋଗ, ଆୟୁର୍ବେଦ ଏବଂ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରାଯାଉଛି । ଏମିତିରେ ସ୍ପା ଏବଂ ୱେଲନେସ୍ ଇଣ୍ଡଷ୍ଟ୍ରି, କ୍ଲିନିକ୍ ଏବଂ ହେଲ୍‌ଥ ସ୍ୱା, ଆଭିଏସନ୍ ଇଣ୍ଡଷ୍ଟ୍ରି ଆଦି କ୍ଷେତ୍ରରେ ଉତ୍ତମ ସୁଯୋଗ ରହିଛି ।

 

Get real time updates directly on you device, subscribe now.