fbpx

କେନ୍ଦୁଝର: କାର୍ ଉପରେ ମାଡ଼ିଗଲା ଟ୍ରକ୍‌, ୪ ମୃତ

କେନ୍ଦୁଝର: କାର୍ ଉପରେ ମାଡ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ୩ ମୃତ। ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି କେନ୍ଦୁଝର ସଦର ଥାନା ବଡ଼ପୋଷୀ ଛକ ନିକଟରେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ମେଡିକାଲରେ ମୃତ୍ୟୁ କରିଛନ୍ତି। ସମସ୍ତେ ଏକ କାର୍ ଯୋଗେ ଘଟଗାଁରୁ କେନ୍ଦୁଝର ମେଳା ଦେଖିବାକୁ ଆସିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଖବର ଲେଖା ହେବ ସୁଦ୍ଧା ଘଟଣା ବିଷୟରେ ଅଧିକ କୌଣସି ସୂଚନା ହସ୍ତଗତ ହୋଇନାହିଁ।

Get real time updates directly on you device, subscribe now.