fbpx

ବଢିଲା ଦିନମଜୁରିଆଙ୍କ ପାରିଶ୍ରମିକ, ୮୯ ଟି କ୍ଷେତ୍ରର ଶ୍ରମିକ ପାଇବେ ଲାଭ

ଭୁବନେଶ୍ୱର: ରାଜ୍ୟରେ ଦିନମଜୁରିଆଙ୍କ ପାରିଶ୍ରମିକ ବଢ଼ାଇଲେ ରାଜ୍ୟ ସରକାର । ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ପାରିଶ୍ରମିିକ ଶ୍ରମିକ ଦିବସରୁ ଅର୍ଥାତ୍ ଆସନ୍ତାକାଲିଠାରୁ ଲାଗୁ ହେବ ।

ଏହି ନିଷ୍ପତି ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୧୫ରୁ ୩୨୬କୁ ବୃଦ୍ଧି ପାଇବ । ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୫ ରୁ ୩୬୬କୁ ବୃଦ୍ଧି । କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୫ ରୁ ୪୧୬ କୁ ବୃଦ୍ଧି । ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୬୫ ରୁ ୪୭୬ କୁ ବୃଦ୍ଧି ପାଇବ । ସରକାରଙ୍କ ଏହି ନିଷ୍ପତି ଦ୍ୱାରା ରାଜ୍ୟର ୮୯ ଟି କ୍ଷେତ୍ରରେ ଶ୍ରମିକ ଲାଭ ପାଇପାରିବେ ।

Get real time updates directly on you device, subscribe now.