fbpx

ବାହାଘରର ୧୦ଦିନ ପରେ ପତିକୁ ଛାଡ଼ିଲେ ପତ୍ନି, କାରଣ ଜାଣିଲେ ଉଡ଼ିଯିବ ହୋସ୍

ବିହାର, ୨୬ା୬: ବିହାରରେ ଏକ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି । ନିଜ ପତ୍ନିଙ୍କ ବିଷୟରେ ଏପରି କଥା ଜାଣି ସ୍ୱାମୀଙ୍କର ହୋସ ଉଡ଼ିଯାଇଥିଲା । କାରଣ ନବ ବିବାହିତ ପତ୍ନି କହିଥିଲେ ଯେ ମୁଁ ତୁମକୁ ଭଲ ପାଉନାହିଁ ଏହାସହ ଏୟା ମଧ୍ୟ କହିଥିଲେ ଯେ ସପ୍ନା ଭଳି ଏକ ଝିଅକୁ ଭଲ ପାଉଛି ତା ସହ ଜୀବନ ବିତାଇବାକୁ ଚାହୁଁଛି ।
ବାସ୍ତବରେ ଏହି ଘଟଣା ବିହାରର ବେଗୁସରାଇରେ ଘଟିଛି । ଜୁନ ୧୪ରେ ରାଞ୍ଚି ନିବାସୀ ପୂଜାଙ୍କୁ ତାଙ୍କ ପରିବାର ସଦସ୍ୟ ବେଗୁସରାଇ ନିବାସୀ ଅଙ୍କିତ କୁମାରଙ୍କ ସହ ବିବାହ କରିଦେଇଥିଲେ । ବିବାହ ପରେ ପୂଜା ସ୍ୱାମୀଙ୍କ ସହ ବେଗୁରାଇ ଆସିଥିଲେ । କିନ୍ତୁ ୧୦ ଦିନ ପରେ ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ମନା କରି ଦେଇଥିଲେ ।


ପୂଜା କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ସେ ସପ୍ନା ନାମକ  ଜଣେ ଝିଅ ସହ ପ୍ରେମ ସମ୍ପର୍କରେ ଅଛନ୍ତି । ଏବଂ ସେ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଏହା ଶୁଣି ଅଙ୍କିତଙ୍କ ପାଦ ତଳେ ଭୂମି ଖସିଯାଇଥିଲା । ଅଙ୍କିତ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ ।
ସପ୍ନା ଏବଂ ପୂଜା ଦୁହେଁ ରାଞ୍ଚିରେ ଏକ ବୟନ ଦେକାନରେ କାମ କରୁଥିଲେ । ସେଠାରେ ଦୁହେଁ ପ୍ରେମରେ ପଡ଼ିଯାଇଥିଲେ । ସପ୍ନା ପୂଜାଙ୍କୁ ପତ୍ନୀ ଭାବେ ମଧ୍ୟ ମାନନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.