Video: କିସ୍ତି ଟଙ୍କା ଦେଇ ପାରୁନଥିଲେ ମହିଳା, ବଦଳରେ ଗୋଠରୁ ଗାଈ ନେଉଥିଲେ ଯୁବକ, ଶିଙ୍ଘରେ ଟେକି କଚାଡ଼ି…

ନୂଆଦିଲ୍ଲୀ: ପାଠକ ବନ୍ଧୁ, ବର୍ତ୍ତମାନ ଗାଁଟୁ ସହର ସବଠି ବିଭିନ୍ନ ବେସକାରୀ ଅର୍ଥ ଲଗାଣ ସଂସ୍ଥା କାୟା ମେଲାଇଲେଣି । କେତେକ ସଂସ୍ଥା ନିଜର ମନମାନି କରୁଚନ୍ତି ତ ଆଉ କେତେକ ଲୋକଙ୍କୁ ଲୁଟୁଚନ୍ତି । ତେବେ ଏହି ସମ୍ପର୍କିତ ଏକ ଖବର ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳିଥାଏ । ହେଲେ ଆଜି ଆମ ପାଖରେ ରହିଛି ଏକ ମଜାଳିଆ ଖବର । ଏକ ବେସକାରୀ ଅର୍ଥ ଲଗାଣ ସଂସ୍ଥାର କର୍ମଚାରୀ ଜଣେ ମହିଳାଙ୍କ ଠାରୁ କିସ୍ତି ଟଙ୍କା ପାଇଁ ତାଙ୍କ ଘରକୁ ଯାଇଥିଲେ, ହେଲେ ସେ ତାଙ୍କର କିସ୍ତି ଟଙ୍କା ଦେବାକୁ ଅକ୍ଷମ ଥିଲେ ।

ଯାହାକୁ ନେଇ ସେହି ବେସକାରୀ ଅର୍ଥ ଲଗାଣ ସଂସ୍ଥାର କର୍ମଚାରୀ ଜଣକ ତାଙ୍କ ଗୋଠରେ ବନ୍ଧା ହୋଇଥିବା ଗାଈକୁ ଖୋଲି ନେଇଉଯାଉଥିଲେ । ହେଲେ ଗାଈଟି ତାଙ୍କ ସହ ଯିବା ବଦଳରେ ରାଗିଯାଇ ଥିଲା, ଏବଂ କିଛି ବାଟ ଯିବା ପରେ ତାଙ୍କୁ ଶିଙ୍ଘରେ ଉଠାଇ କାଚି ଦେଇଥିଲେ । ଗାଈ ଯେ ମଣିଷ ପରି ସବୁ ପ୍ରକାର ଇମୋସନକୁ ବୁଝି ପାରନ୍ତି ତାହା ଏଠାରେ ଦେଖିବାକୁ ମିଳିଛି ।

ସେହି ସବୁ ଦୃଶ୍ୟର କେହି ଜଣେ ଭିଡିଓ କରୁଥିଲେ, ଯାହା ଏକେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । editor_manish_68 ନାମକ ଏକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଭିଡିଓଟିକୁ ଅନେକ ଲୋକ କମେଣ୍ଟ କରିବା ସହ ଲାଇକ୍ କରୁଛିନ୍ତି ।