ସିନ୍ଥିରେ ଥିଲା ଆଉ କାହାର ସିନ୍ଦୂର, ଦୁଇ ପିଲାର ମାଆ କଲା ଏପରି, ଦେଖି ଉଡ଼ିଗଲା ସ୍ବାମୀର ହୋସ

ଉତ୍ତର ପ୍ରଦେଶର ସମ୍ଭଲ ସହରରୁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏଠାରେ ଦୁଇ ପିଲାର ମାଆ ଏପରି କରିଛନ୍ତି, ଯାହାକୁ ଦେଖି ସ୍ବାମୀ ଆଶ୍ଚର୍ଯ୍ଯ ।

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲ ସହରରୁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏଠାରେ ଦୁଇ ପିଲାର ମାଆ, ତାଙ୍କଠାରୁ 20 ବର୍ଷ ସାନ ଜଣେ ଯୁବକଙ୍କୁ ଭଲ ପାଇ ତାଙ୍କୁ ବିବାହ କରିଛନ୍ତି । ଯେତେବେଳେ ସ୍ୱାମୀ ଏହା ଜାଣିଲେ, ସେ ଖୋଜି ଖୋଜି ଯାଇ ତାଙ୍କ ପାଖରେ ପହଞ୍ଚିଲେ । କିନ୍ତୁ ସେଠି ସିଏ ଯାହା ଦେଖିଲେ, ତାଙ୍କ ପାଦ ତଳୁ ମାଟି ଖସିଗଲା ।

ତାଙ୍କ ସ୍ତ୍ରୀଙ୍କ ମଥାରେ ସିନ୍ଦୂର ତ ଲାଗିଥିଲା, କିନ୍ତୁ ତାହା ଆଉ କାହା ନାଁରେ ଥିଲା। ସ୍ୱାମୀ ଏବଂ ଶାଶୁ ମହିଳାଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କଲେ । ଏପରିକି ତାଙ୍କୁ କ୍ଷମା କରିଦେବେ ବୋଲି ବି କହିଲେ, କିନ୍ତୁ ସେ ସେମାନଙ୍କ ସହିତ ଯିବାକୁ ସିଧାସଳଖ ମନା କରିଦେଲେ। ସେ କହିଲେ- “ଏବେଠାରୁ, ଏ ମୋ ସ୍ୱାମୀ। ମୁଁ ଏବଂ ମୋର ଦୁଇ ପିଲା ତାଙ୍କ ସହିତ ରହିବୁ” ।

ଫେସବୁକରେ ହୋଇଥିଲା ବନ୍ଧୁତା

କୁହାଯାଉଛି ଯେ, ଉତ୍ତରପ୍ରଦେଶର ମୋରାଦାବାଦର ଛଜଲାଟ ଥାନା ଅଞ୍ଚଳର ଭୈଣ୍ଡି ଫରିଦପୁର ଗ୍ରାମର ଜଣେ ଯୁବକ ଫେସବୁକ୍ ମାଧ୍ୟମରେ ସମ୍ଭଲର ଅସମୋଲି ଥାନା ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ପ୍ରଥମେ ଦୁହେଁ ଫୋନରେ କଥା ହେଉଥିଲେ, କିନ୍ତୁ ଯୁବକ ଏବଂ ବିବାହିତ ମହିଳା ପରସ୍ପରକୁ ଅନେକ ଥର ମୋରାଦାବାଦରେ ଭେଟି ବି ଥିଲେ। ଏହି ସମୟ ମଧ୍ୟରେ ଯୁବକ ଜଣକ ମହିଳାଙ୍କୁ ବିବାହ କରିବା ସହ ତାଙ୍କ ପିଲାମାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବେ ବୋଲି କହିଥିଲେ ।

ବିବାହିତା ମହିଳା ତାଙ୍କ ୧୬ ବର୍ଷୀୟ ଏବଂ ୧୩ ବର୍ଷୀୟ ଝିଅଙ୍କ ସହିତ ୧୦ ଦିନ ପୂର୍ବରୁ ଛଜଲାଟ ଗାଁକୁ ଆସିଥିଲେ। କେବଳ ଏତିକି ନୁହେଁ, ସେ ଯୁବକଙ୍କୁ ମଧ୍ୟ ବିବାହ କରିଥିଲେ। ମଙ୍ଗଳବାର ଦିନ ବିବାହିତ ମହିଳାଙ୍କ ପରିବାର ଥାନାରେ ପହଞ୍ଚିଥିଲେ। କିନ୍ତୁ ମହିଳା ଜଣକ ଯିବାକୁ ଥାନାରେ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ଶେଷରେ ସ୍ୱାମୀ ଏବଂ ଶାଶୁ ମଧ୍ୟ ଫେରି ଆସିଥିଲେ ।