ପୁରୀ: ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର କାମ। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର କାମ ସରିଥିବାବେଳେ ପାଖାପାଖି 95 ଦିନ ସଂରକ୍ଷଣ ଓ ମରାମତି କାମ ଚାଲିଥିଲା।
ରତ୍ନଭଣ୍ଡାରରେ ମୋଟ 15 ଟି ଷ୍ଟେନଲେସ ଷ୍ଟିଲ ବକ୍ସ ଵିମ ଲଗାଯିବା ସହିତ 520 ଛୋଟବଡ ପଥର ବଦଳ କରାଯାଇଛି। ଛାତକୁ ୱାଟର ପ୍ରୁଫ କରାଯାଇଛି, ଯାହାଫଳରେ ଆଉ ପାଣି ଗଳିବ ନାହିଁ।
ଡିସେମ୍ବର 12 ରୁ କାମ ଆରମ୍ଭ ହୋଇଥିଲା ଏବଂ ଏପ୍ରିଲ 29 ରୁ ମରାମତି କାମ ବନ୍ଦ ଥିଲା। ଠାକୁର ରତ୍ନବେଦୀ ଛାଡିବା ପରେ ପୁଣି କାମ ଆରମ୍ଭ ହୋଇଥିଲା।
ଏହି ମରାମତିରେ ପଥର ବଦଳ କରାଯାଇଛି ଏବଂ ଚଟାଣକୁ ନୂଆ ଗ୍ରାନାଇଟ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଗଣତିମଣତି ପରେ ଏହି ତାଲିକାକୁ ମେଳ କରାଯିବ।