fbpx

ଆଉ ଏକ ମହାଯୁଦ୍ଧ ଦେଖିବ ଦୁନିଆ…ଲେବାନନରେ ପଶିବ ଇସ୍ରାଏଲ! ବହିବ ରକ୍ତର ନଦୀ…

ଓଡ଼ିଶା ଭାସ୍କର: ଲେବାନନ୍-ଇସ୍ରାଏଲ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଏବେ ମହାଯୁଦ୍ଧର ରୂପ ନେବାକୁ ଯାଉଛି । ଋଷ-ୟୁକ୍ରେନ ପରେ ପୃଥିବୀ ଆଉ ଦୁଇ ଦେଶ ମଧ୍ୟରେ ଭୟଙ୍କର ମହାଯୁଦ୍ଧ ଦେଖିବ ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ ଉଭୟ ଦେଶର ପଦକ୍ଷେପରୁ ଏଭଳି ସଂକେତ ମଧ୍ୟ ମିଳୁଛି । ଖୁବଶୀଘ୍ର ଇସ୍ରାଏଲ ଲେବାନନରେ ପଶି ଯୁଦ୍ଧର ହୁଙ୍କାର ଦେଇପାରେ । ହିଜବୁଲ୍ଲାକୁ ସମାପ୍ତ କରିବା ଉଦ୍ଦେଶ୍ୟରେ ଇସ୍ରାଏଲ ସେନା ଲେବାନନ ସୀମା ପାର କରି ପାରେ ବୋଲି ଅନୁମାନ କରାଯାଉଛି ।

ହିଜବୁଲ୍ଲାକୁ ସମାପ୍ତ କରିବା ପାଇଁ ଲେବାନନକୁ ପଶିପାରେ ଇସ୍ରାଏଲର ସେନାବାହିନୀ । ସମ୍ଭାବ୍ୟ ଗ୍ରାଉଣ୍ଡ ଅପରେସନ୍ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରିଛି ଇସ୍ରାଏଲ । ତେଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଯବାନଙ୍କୁ ଆହ୍ୱାନ ଦେଇଛନ୍ତି ଇସ୍ରାଏଲ ସେନା ମୁଖ୍ୟ । ପୂର୍ବରୁ ଏ ନେଇ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବର୍ତ୍ତମାନ ଇସ୍ରାଏଲର ଏଭଳି ପଦକ୍ଷେପ ପରେ ଉଭୟ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧକୁ ଇସାରା କରୁଛି । ଋଷ-ୟୁକ୍ରେନ ମହାଯୁଦ୍ଧ ପରେ ପୃଥିବୀ ଆଉ ଏକ ମାହଯୁଦ୍ଧ ଦେଖିପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.