ତିଆରି ହେଲା ବିଶ୍ୱର କୃତ୍ରିମ ଭୃଣ: ଇସ୍ରାଏଲ ବୈଜ୍ଞାନିକଙ୍କ ସଫଳତା

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କୃତ୍ରିମ ଭୃଣ ପ୍ରସ୍ତୁତ ହୋଇଛି। ଯେଉଁଥିରେ ଜୀବର ହୃଦସ୍ପନ୍ଦନ ହେବ ସହ ମସ୍ତିଷ୍କକୁ ମଧ୍ୟ ସମ୍ପୂର୍ଣ୍ଣ ଆକାର ଦିଆଯାଇଛି। ତେବେ ଏହି ଭୃଣ ପ୍ରସ୍ତୁତ ପାଇଁ ନା କୌଣସି ଫର୍ଟିଲାଇଜ ଅଣ୍ଡା ନିଆଯାଇଛି ନା କୌଣସି ଶୁକ୍ରାଣୁର ଆବଶ୍ୟକତା ପଡିଛି। ଇସ୍ରାଏଲର ୱେଇଜମାନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ମାନେ ଏହି କୃତ୍ରିମ ଭୃଣ ପ୍ରସ୍ତୁତ କରିଛନ୍ତି। ବୈଜ୍ଞାନିକମାନେ ଏହି ଭୃଣକୁ ମୂଷାର ଷ୍ଟେମ ସେଲରେ ବିକଶିତ କରିଛନ୍ତି । ଯାହାକି ସମଗ୍ର ବିଶ୍ୱରେ ପ୍ରଥମ ଥର ହୋଇଛି।

ଏହି କୃତ୍ରିମ ଭୃଣକୁ ବୈଜ୍ଞାନିକମାନେ କିଛି ବର୍ଷ ଧରି ଲାବୋରୋଟୋରୀରେ ଏକ ସ୍ୱତନ୍ତ୍ର ପାତ୍ରରେ ରଖିଥିଲେ ଏବଂ ସେହି ପାତ୍ରରୁ ହିଁ ପୂର୍ଣ୍ଣ ଭୃଣକୁ ବିକଶିତ କରାଯାଇଛି। ତେବେ ଏହି ଭୃଣକୁ ଗର୍ଭ ବାହାରେ ଷ୍ଟେମ ସେଲକୁ ମିଶାଇ ବିକଶିତ କରାଯାଇଛି। ଯାହାର ହୃଦସ୍ପନ୍ଦନ ହେବା ସହ ମସ୍ତିଷ୍କ ମଧ୍ୟ ସମ୍ପୂର୍ଣ୍ଣ ଆକାର ନେଇଛି। ବିଶେଷଜ୍ଞମାନେ ଗର୍ଭ ଭିତରେ ଯେପରି ଭୃଣକୁ ବିକଶିତ କରଥାନ୍ତି ଏହି କୃତ୍ରିମ ଭୃଣକୁ ମଧ୍ୟ ଠିକ୍ ସେହି ପ୍ରକ୍ରିୟାରେ ବିକଶିତ କରାଯାଇଛି। ତେବେ ଏଥିରେ କେବଳ କୃତ୍ରିମ ଉପକରଣର ସାହାଯ୍ୟ ନିଆଯାଇଛି। କୋଶିକା ସହାୟତାରେ ଏହି ଜୀବକୁ ସମ୍ପର୍ଣ୍ଣ ଭାବରେ ପ୍ରସ୍ତୁତ କରାଯାଇଛି। ଯହାକି ଇସ୍ରାଏଲର ବୈଜ୍ଞାନିକମାନଙ୍କ ପାଇଁ ଓ ସମଗ୍ର ବିଶ୍ୱ ପାଇଁ ବଡ ସଫଳତା।