fbpx

(Video)ନାଗପୁରରେ ଆଜି ଭୋଟ ଦେଲେ ବିଶ୍ୱର ସବୁଠାରୁ କ୍ଷୁଦ୍ର ମହିଳା, ଭୋଟ ଦେବା ପରେ କହିଲେ ଏପରି

ନାଗପୁର:ମହାରାଷ୍ଟ୍ରରେ ୫ଟି ଆସନରେ ଆଜି ଲୋକମାନେ ପୁରା ଉତ୍ସାହର ସହ ଭୋଟ ଦେଇଛନ୍ତି । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ନାଗପୁର ସିଟ୍‌ରୁ ବିଶ୍ୱର ସବୁଠାରୁ କ୍ଷୁଦ୍ର ମହିଳା ନିଜର ଭୋଟ୍ ଦେଇଛନ୍ତି । ଗିନିଜ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଜ୍ୟୋତି ଆମ୍‌ଗେ ବିଶ୍ୱର ସବୁଠାରୁ ଛୋଟ ମହିଳା ଭାବରେ ମାନ୍ୟତା ପାଇଛନ୍ତି ।

ଏହାରି ମଧ୍ୟରେ ଜ୍ୟୋତିଙ୍କ ଏକ ବୟାନ ମଧ୍ୟ ସାମ୍ନାକୁ ଆସିଛି । ନାଗପୁରରେ ଭୋଟ ଦେବା ପରେ ଜ୍ୟୋତି କହିଛନ୍ତି , ମୁଁ ଆଜି ପୁରା ପରିିବାର ସହ ଭୋଟ ଦେଇଛି । ମୁଁ ସବୁ ଭୋଟରଙ୍କୁ ନିବେଦନ କରୁଛି କି ସମସ୍ତେ ନିଶ୍ଚୟ ଭୋଟ ଦିଅ କାରଣ ଏହା ଆମର ପ୍ରମୁଖ କର୍ତ୍ତବ୍ୟ ।

୧୯୯୩ ମସିହା ଡିସେମ୍ବର ୧୬ ତାରିଖରେ ଜ୍ୟୋତି ମହାରାଷ୍ଟ୍ର ନାଗପୁରରେ ଜନ୍ମଲାଭ କରିଥିଲେ । ପେଶାରେ ସେ ଜଣେ ଅଭିନେତ୍ରୀ ଯାହାଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ଅନୁସାରେ ଦୁନିଆର ସବୁଠାରୁ ଛୋଟ ଜୀବିତ ମହିଳା ମାନ୍ୟତା ମିଳିଛି । ପ୍ରିମୋର୍ଡିଆଲ ଡ୍ୱାରଫିଜିମ୍ ନାମକ ବଂଶାନୁଗତ ବ୍ୟତିକ୍ରମ କାରଣରୁ ଜ୍ୟୋତିଙ୍କ ଉଚ୍ଚତା ମାତ୍ର ୨ଫୁଟ ୪ଇଞ୍ଚ ରହିଛି ।

Get real time updates directly on you device, subscribe now.