fbpx

ଆନନ୍ଦ ବଜାର ଜଗିବେ ଏକ୍ସ୍ ଆର୍ମି; ବାସି ଅବଢ଼ା ଉପରେ ଲାଗିବ ରୋକ୍

ପୁରୀ: (ଓଡ଼ିଶା ଭାସ୍କର) ଏଣିକି ଆନନ୍ଦ ବଜାର ଜଗିବେ ଏକ୍ସ୍ ଆର୍ମି । ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାର ଜଗିବେ ଅବସରପ୍ରାପ୍ତ ସେନା କର୍ମଚାରୀ । ନିଯୁକ୍ତି ହେବେ ୨୦ ଜଣ ନେସାନିବୃତ୍ତ କର୍ମଚାରୀ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ନିଜୁକ୍ତି ପ୍ରକ୍ରିୟା ଆରମ୍ଭ । ସେପ୍ଟେମ୍ୱର ୩୦ ତାରିଖ ସୁଦ୍ଧା ଶେଷ ହେବ ନିଯୁକ୍ତି ପ୍ରକ୍ରିୟା । ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ନେଇ ପଦକ୍ଷେପ । ଏକ ତାରିଖ ଠାରୁ ମୁତୟନ ହେବେ ନୂଆ କର୍ମଚାରୀ ।

ଆନନ୍ଦ ବଜାରରେ ବିକ୍ରି ହେଉଥିବା ବାସି ଅବଢ଼ା ଉପରେ ଲାଗିବ ରୋକ୍ । ଅଣସୂପକାର ଅବଢ଼ା ବିକ୍ରି କରିପାରିବେ ନାହିଁ । ସୁଆର ମହାସୁଆର ନିଯୋଗ ଦ୍ୱାରା ସୂଚିତ ସୂପକାରଙ୍କୁ ମିଳିବ ଅନୁମତି । ଭକ୍ତଙ୍କ ପ୍ରତି ଆରଚରଣ ଓ ଉଚ୍ଚାରଣ ଠିକ୍ ରଖିବା ଉପରେ ଗୁରୁତ୍ୱ ରହିବ । ନିର୍ଦ୍ଧିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଭୋଗ ବିକ୍ରିକୁ ବାରଣ । ଆନନ୍ଦ ବଜାରରେ ଭୋଗ ବ୍ୟତିତ ଅନ୍ୟ ଖାଦ୍ୟ ବିକ୍ରି କରିପାରିବେନି ସୂପକାର ।

Get real time updates directly on you device, subscribe now.