fbpx

Video; ନିଶାରେ ଥିଲେ ଯୁବକ, ନାଗିନ୍ ଗୀତ ଶୁଣି ସମ୍ଭାଳି ପାରିଲେନି ନିଜକୁ, ସାପ ଭଳି ଯାଇ ଦଂଶିଲେ ପୋଲିସକୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଭିଡଓ ଭାଇରାଲ ହେଉଛି । ସବୁଠୁ ଅଧିକ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ । ଯାହକୁ ଅନେକ ଲୋକ ପସନ୍ଦ କରିଥାନ୍ତି । ଦେଖିବାକୁ ଗଲେ ଅଧିକାଂଶ ଭିଡିିଓ ନିଶା ବ୍ୟକ୍ତିଙ୍କ କାରନାମାକୁ ନେଇ ହୋଇଥାଏ । ସେମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭିଡିଓରେ ଦେଖା ଦେଇଛି, ନାଗିନ୍ ଗୀତ ବାଜୁଛି, ରାସ୍ତା କଡ଼ରେ ପିସିଆର ଗାଡ଼ି ପାଖରେ ଜଣେ ପୋଲିସ କର୍ମଚାରୀ ବାଇକରେ ଠିଆ ହୋଇ ସେମାନଙ୍କ ସହ କଥା ହେଉଛନ୍ତି । ଆଉ ଏତିକି ବେଳେ ଜଣେ ଯୁବକ ସାପ ପରି ଗୁରୁଣ୍ଡି ଗୁରୁଣ୍ଡି ଆସି ବାଇକରେ ଠିଆ ହୋଇଥିବା ପୋଲିସଙ୍କ ଗୋଡ଼କୁ କାମୁଡି ଦେଉଛି ।

ପୋଲିସ ଅଫିସର ଜଣଙ୍କ କିଛି ବୁଝିବା ଆଗରୁ ଡରି ଯାଇ, ଗାଡ଼ି ଛାଡ଼ି ସେଠାରୁ ଦୌଡ଼ି ଦୌଡ଼ି ଦୂରକୁ ଚାଲି ଯାଉଛନ୍ତି । ଏତିକିରେ ସେ ଯୁବକଙ୍କ ମନ ବୁଝିଲାନି ସେ ତଥାପି ସେ ଗୁରୁଣ୍ଡି ଗୁରୁଣ୍ଡି ତାଙ୍କୁ ଗୋଡ଼ାଉଛନ୍ତି ।  ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ viralmemory.in ନାମକ ଏକ ଆକାଉଣ୍ଟରୁ ଛଡ଼ା ଯାଇଛି । ଏହି ଭିଡିଓକୁ ଏବେ ଯାଏଁ ୮୫,୧୦୫ ଜଣ ଲୋକ ଲାଇକ କରିଛନ୍ତି । ଅନେକ ଲୋକ ମଜାଳିଆ ମଜାଳିଆ କମେଣ୍ଟ ଦେଇଛନ୍ତି ।

 

View this post on Instagram

 

A post shared by viralmemory.in ™ (@viralmemory.in)

Get real time updates directly on you device, subscribe now.