fbpx

କ୍ୟାପିଟାଲ ହସ୍ପିଟାଲ ଲାବୋରେଟୋରୀରୁ ଚୋରି, ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଲାବୋରେଟୋରୀରୁ ଚୋରି ହୋଇଛି । ହସ୍ପିଟାଲରେ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା ଜଣାପଡିଛି । ଏଥିରେ ହସ୍ପିଟାଲ କର୍ମଚାରୀମାନଙ୍କ ସଂପୃକ୍ତି ଥିବା କଥା କୁହାଯାଉଛି ।

ସୂଚନା ଅନୁଯାୟୀ, ବୁଧବାର ଦିନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଲାବୋରେଟୋରୀରୁ ଚୋରି ହୋଇଛି । ପ୍ରାୟ ୬୦ ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି ଚୋରି ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଚୋରିରେ ସଫେଇ କର୍ମଚାରୀ ସିକ୍ୟୁରିଟି ଗାର୍ଡ ସାମିଲ ଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୁକ୍ତ ମଧ୍ୟ ଚିହ୍ନଟ ହୋଇଥିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.