fbpx

ପୁରୀ ଈଶାନେଶ୍ୱର ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ଶ୍ରୀମୁକୁନ୍ଦପୁରର ୫୦୦ ବର୍ଷର ପୁରୁଣା ଈଶାନେଶ୍ୱର ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଛନ୍ତି ଦୁର୍ବୃତ୍ତ । ମନ୍ଦିରରୁ ରାଧାକୃଷ୍ଣ ଓ ଶିବ-ପାର୍ବତୀଙ୍କ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଛି । ତେବେ ଗତକାଲି ଅଷ୍ଟଧାତୁ ମୂର୍ତ୍ତି ଚୋରି ରାକେଟକୁ ଧରିଥିଲା ପୋଲିସ । ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଜବତ ସହ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Get real time updates directly on you device, subscribe now.