fbpx
BJD SKY
BJD SKY

ବ୍ୟାଙ୍କରୁ ଚୋରି ଘଟଣାର ଫର୍ଦ୍ଦାଫାସ, ପୂର୍ବତନ କର୍ମଚାରୀ ଗିରଫ

BJD

ଲକ୍ଷ୍ମୀପୁର(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲାର ନାରାୟଣପାଟଣା ଲକ୍ଷ୍ମୀପୁର ଏସବିଆଇ ଶାଖାରୁ ସୁନା ଗହଣା ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ଚୋରି ଅଭିଯୋଗରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଶେଖର କୁଳଦିପିଆ ଗିରଫ ହୋଇଛନ୍ତି । ସୂଚନା ମୁତାବକ, ଷେଖରଙ୍କ ବିକ୍ରମପୁର ଘରୁ ୧ କେଜି ୧୮୯ ଗ୍ରାମ ସୁନା ଗହଣା ଜବତ ହୋଇଛି । ବାକି ଚୋରି ସୁନାକୁ ଜବତ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ପୋଲିସ ।

ଗତ ୧୪ ତାରିଖରେ ଲକ୍ଷ୍ମୀପୁର ଶାଖାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧.୬ କିଲୋଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟ୍ ଅଭିଯୋଗ ହୋଇଥିଲା । ଗତ ୧.୫ ମାସ ଧରି ସେ ଅଫିସକୁ ଆସୁ ନ ଥିବାରୁ ସେ ତାଙ୍କ ସହକର୍ମୀଙ୍କ ସନ୍ଦେହରେ ଆସିଥିଲେ। ବ୍ୟାଙ୍କର ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏବେବି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.