fbpx

(ଭିଡିଓ) ଖେଳୁଥିବା ବେଳେ ଫାଟିଲା ମୋବାଇଲ ବ୍ୟାଟେରୀ; ଆହତ ଅବସ୍ଥାରେ ନାବାଳକକୁ ହସ୍ପିଟାଲରେ ଭର୍ତ୍ତି 

ଫାଟିଲା ମୋବାଇଲ ବ୍ୟାଟେରୀ ଆଉ ଏଥିରେ ଆହତ ହେଲେ ନାବାଳକ । ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଏଭଳି ଘଟଣା ଘଟିଛି । ଆହବଡ ଅଳମା ଚେରାଗୁଡା ଗାଁର ବୈଦ୍ୟ ନାଥ ଭତ୍ରାଙ୍କ ପୁଅ ଅନନ୍ତ ଭତ୍ରା ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଅନନ୍ତ ଘରେ ନଷ୍ଟ ହୋଇ ପଡ଼ିଥିବା ଏକ ଅବ୍ୟବହୃତ ମୋବାଇଲ ବ୍ୟାଟେରୀ ଧରି ଖେଳୁଥିବା ବେଳେ ହଠାତ୍ ବ୍ୟାଟେରୀ ଫାଟିଯାଇଥିଲା । ଫଳରେ ନାବାଳକ ଆହତ ହୋଇଥିଲେ ।  ଅନନ୍ତଙ୍କ ହାତ ପାପୁଲି ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ନାବାଳକ ର ହାତ ପାପୁଲି ରେ ଗଭୀର ଆଘାତ ଲାଗିଥିବା ଯୋଗୁ ତାଙ୍କୁ ପ୍ରଥମେ ଡାବୁଗାଁ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟ ଚିକିତ୍ସାଳୟରେ ଅନନ୍ତଙ୍କ ଚିକିତ୍ସା କରି କୋରାପୁଟ ମେଡିକାଲକୁ ରେଫର୍ କରିଥିବା ସୂଚନା ଦେଇଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ  ।  ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.