fbpx
BSKY SKY
BSKY SKY

୨୭ବର୍ଷ ଗୁଜୁରାଟ ଶାସନଗାଦିରେ ବିଜେପି, ଏହାପଛରେ ହୋଇପାରେ ୩ଟି ମୁଖ୍ୟ କାରଣ

BSKY

ଗୁଜୁରାଟ: ଦେଶରେ ନିର୍ବାଚନ ପ୍ରସ୍ତୁତି ଚାଲିଥିବା ବେଳେ, ଗୁଜୁରାଟ ନିର୍ବାଚନ ରଣନୀତି ଯୋରଧରିଛି । ଆଗକୁ ଆସୁଛି ଗୁଜୁରାଟ ବିଧାନସଭା ନିର୍ବାଚନ । ବିଧାନସଭାର ୧୮୨ସିଟ ପାଇଁ ୨ଟି ପର୍ଯ୍ୟାୟରେ ମତଦାନ ହେବ । ତେଣୁ ଡିସେମ୍ବର ୧ରେ ୮୯ସିଟ ପାଇଁ ଭୋଟିଂ ହେବା ବେଳେ ୯୩ ସିଟ ପାଇଁ ୫ ଡିସେମ୍ବରକୁ ଭୋଟିଂର ତାରିଖ ଧାର୍ଯ୍ୟକରାଯାଇଛି । ତେବେ ଏହି ନିର୍ବାଚନରେ ସରକାର ବଦଳିବ ନା ବିଜେପି ପୁଣି ଗାଦିରେ ରହିବ ତାହା ଡିସେମ୍ବର ୮ତାରିଖରେ ଜଣାପଡିବ । ଗୁଜୁରାଟର ପୂର୍ବ ଇତିହାସରେ ବିଜେପି ୧୯୯୫ ମସିହାରୁ ନିଜର ଆସନ ବଜାୟ ରଖିଛି । ଯଦି ୨୦୨୨ ନିର୍ବାଚନରେ ପୁଣିଥରେ ବିଜେପି ଜୟଲାଭ କରେ ତେବେ ଗୁଜୁରାଟରେ ୭ଥର ବିଜୟ ହେବ । ଏବେ ପ୍ରଶ୍ନ ଆସି ପହଁଚିଛି ଏତେ ବର୍ଷଧରି ଅନ୍ୟଦଳ ମାନଙ୍କ ମଧ୍ୟରେ ବିଜେପି କିପରି ନିଜ ଆସନ ବଜାୟ ରଖିପାରିଛି ଏବଂ ତାହା ପଛରେ କାରଣ କଣ ରହିଛି? ଦେଖିବାକୁ ଗଲେ ୨୦୦୧ ମସିହାରେ କିଛି କ୍ଷେତ୍ରରେ ଭୂମିକମ୍ପ ଦେଖିବାକୁ ମିଳିଥିଲା ଯାହାଦ୍ୱାରା ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସରକାର ହେବାପରେ ସେ ରାଜନୀତି କ୍ଷେତ୍ରରେ କଠିନ ପରିଶ୍ରମ ସହ ନିଜର ପାରଙ୍ଗମତା ଦେଖାଇଥିଲେ । ଏହାସହ ରାଜ୍ୟର ଆର୍ଥିକ ଓ ପ୍ରଯୁକ୍ତିବିଦ୍ୟାକୁ ବଢାଇଥିଲେ ।

ସୂଚନା ଅନୁଯାଇ ମୋଦୀ ଯେତେବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଅନ୍ୟ ରାଜ୍ୟ ତୁଳନାରେ ଗୁଜୁରାଟର ଜିଡିପି ଗ୍ରୋଥ ଅଧିକ ଥିଲା । ଏହାସହ ତାଲିକାରେ ଗୁଜୁରାଟ ଇଜ ଅଫ ବିଜନେସ ମଧ୍ୟ ଶୀର୍ଷ ସ୍ଥାନରେ ରହିଥିଲା । ତେଣୁ ୨୦୧୪ ଲୋକସଭା ନିର୍ବାଚନରେ ମୋଦୀ ଗୁଜୁରାଟ ମଣ୍ଡଳର ସାହାରା ନେଇଥିଲେ । ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେଲାପରେ ୨୦୧୭ରେ ମଧ୍ୟ ଗୁଜୁରାଟରେ ଜୟଲାଭ କରିଥିଲେ । ସେଥିପାଇଁ ବିଜେପି କେନ୍ଦ୍ର ଓ ରାଜ୍ୟରେ ରହି ଡବଲ ଇଞ୍ଜିନ କଥା କହୁଥିଲା । ୨ୟରେ କୁହାଯାଉଛି ଯେ, ମୋଦି ଲୋକମାନଙ୍କ ସହ ଭଲ ସମ୍ପର୍କ ରଖିଥିଲେ । ତାହା ସହ ମୋଦୀ ଏକ ମଜବୁତ ସଂଗଠନ ଗଠନ କରିଥିଲେ । ଯାହା ତାଙ୍କୁ ଭୋଟରେ ଯିତାଇବା ନେଇ ସାହାଯ୍ୟ କରିଥିଲା । ଏହି କାରଣରୁ ବିଜେପିର ଅନ୍ୟ ନେତାମାନେ ରାଜନୀତିରେ ମଜବୁତ ହୋଇଛନ୍ତି । ୩ୟରେ ମୋଦୀ ଗୁଜୁରାଟର ବିକାଶକୁ ନେଇ ୨୦୧୭ ମସିହାରେ କଂଗ୍ରେସ ଉଠାଇଦେଇଥିବା ନୋଟବନ୍ଦୀ ଓ ଜିଏସଟିର ସମ୍ନା କରିଥିଲେ । ଏଥିପାଇଁ ଚାଲିଥିବା ରାଲିରେ ମୋଦୀ ଆଗରେ ଥିଲେ । ରାଲିରେ ମୋଦୀ ଓ ଗୃହମନ୍ତ୍ରୀ ଅମିତଶାହାଙ୍କ ଗୁଜୁରାଟୀ ଭାଷଣ ଜନତାଙ୍କୁ ଏକତ୍ରୀତ କରିଥିଲା ।

Get real time updates directly on you device, subscribe now.