fbpx
BJD
BJD SKY
BJD SKY

ଚଳିତ ବର୍ଷ ରହିଛି ଦୁଇଟି ପୂର୍ଣ୍ଣମୀ : ଜାଣିନିଅନ୍ତୁ କେଉଁ ଦିନ ପାଳନ କରାଯିବ

ଭୁବନେଶ୍ୱର : ହିନ୍ଦୁମାନଙ୍କର କ୍ୟାଲେଣ୍ଡରରେ ପ୍ରତ୍ୟେକ ମାସର ଶେଷରେ ଏକ ପୂର୍ଣ୍ଣମୀ ଥାଏ । କିନ୍ତୁ ଚଳିତ ବର୍ଷ ଶ୍ରାବଣରେ ଦୁଇଟି ସୋମବାରର ସଂଯୋଗ ରହିଛି । ଏମିତିରେ ଲୋକେ ଦ୍ୱିବିଧାରେ ପଡିଯାଆନ୍ତି ଯେ ରକ୍ଷାବନ୍ଧନ ପାଳନ କରିବାର ସଠିକ ତିଥି କେଉଁଟା । ଆସନ୍ତୁ ଜାଣିବା ଦୁଇଟି ପୂର୍ଣ୍ଣମୀ କେଉଁ ଦିନ ପଡିବ ଏବଂ କେଉଁ ପୂର୍ଣ୍ଣମୀର ଅଧିକ ମହତ୍ତ୍ୱ ରହିଛି ।

ଶ୍ରବଣର ପ୍ରଥମ ପୂର୍ଣ୍ଣମୀ : ଶ୍ରାବଣର ପ୍ରଥମ ପୂର୍ଣ୍ଣମୀ ତିଥି ଯୋଡା ମାସରେ ରହିଛି । ଏଥିଯୋଗୁଁ ଏହାକୁ ଶ୍ରାବଣର ଅଧିକ ପୂର୍ଣ୍ଣମୀ କୁହାଯାଏ । ଶ୍ରବଣର ଅଧିକ ପୂର୍ଣ୍ଣମୀ ଅଗଷ୍ଟ ୧କୁ ପଡ଼ୁଛି । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଯୋଡ଼ା ଶ୍ରାବଣର ପୂର୍ଣ୍ଣମୀ ତିଥି ଅଗଷ୍ଟ ୧ ମଙ୍ଗଳବାର ସକାଳ ୦୩.୫୧ ସମୟରୁ ଆରମ୍ଭ କରି ବିଳମ୍ବିତ ରାତି ୧୨.୦୧ ପର୍ଯ୍ୟନ୍ତ ରହିଛି ।

ଶ୍ରବଣର ଦ୍ୱିତୀୟ ପୂର୍ଣ୍ଣମୀ : ଶ୍ରାବଣ ମାସର ଦ୍ୱିତୀୟ ପୂର୍ଣ୍ଣମୀ ଅଗଷ୍ଟ ୩୦ ବୁଧବାର ଦିନ ରହିଛି । ଏହି ମାସର ପୂର୍ଣ୍ଣମୀ ତିଥି ଅଗଷ୍ଟ ୩୦ ସକାଳ ୧୦.୫୮ ସମୟରୁ ଆରମ୍ଭ ହୋଇ ଗୁରୁବାର ଦିନ ସକାଳ ୦୭.୦୫ ପର୍ଯ୍ୟନ୍ତ ରହିଛି । ଏମିତିରେ ଶ୍ରାବଣ ପୂର୍ଣ୍ଣମୀର ବ୍ରତ ଅଗଷ୍ଟ ୩୦ରେ ପାଳନ କରାଯିବ ଏବଂ ସ୍ଥାନ – ଦାନ ଅଗଷ୍ଟ ୩୧କୁ କରାଯିବ ।

କେବେ ପାଳନ କରାଯିବ ରାକ୍ଷୀ ପୂର୍ଣ୍ଣମୀ : ରକ୍ଷାବନ୍ଧନର ପର୍ବଟି ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ ପାଳନ କରାଯାଏ । କିନ୍ତୁ ଚଳିତ ବର୍ଷ ଶ୍ରାବଣରେ ଦୁଇଟି ପୂର୍ଣ୍ଣମୀ ପଡୁଛି, ତେଣୁ ଏହାକୁ ନେଇ ଲୋକେ ଦ୍ୱିବିଧାରେ ପଡିଛନ୍ତି । ରକ୍ଷାବନ୍ଧନ ମଧ୍ୟ ଚଳିତ ବର୍ଷ ଦୁଇ ଦିନ ଅର୍ଥାତ ଅଗଷ୍ଟ ୩୦ ଓ ୩୧ ପାଳନ କରାଯିବ । କାରଣ ଶ୍ରାବଣର ବ୍ରତ ପୂର୍ଣ୍ଣମୀର ଶୁଭ ବେଳା ଅଗଷ୍ଟ ୩୦ ସକାଳ ସମୟରେ ଆରମ୍ଭ ହୋଇ ଅଗଷ୍ଟ ୩୧ ସକାଳ ସମୟରେ ଶେଷ ହେଉଛି ।

Get real time updates directly on you device, subscribe now.