ଭାରତରେ ନକଲି ଷ୍ଟକ ବଜାର ନିବେଶ ଏବଂ ସାଇବର ଠକେଇର ରହିଛି ଏକ ବୃହତ ନେଟୱାର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଡିଜିଟାଲ ଗିରଫଦାରୀ’ର ବିପଦକୁ ଏଡ଼ାଇବାକୁ ଅନୁରୋଧ କରିବା ପରେ ତଦନ୍ତକାରୀ ଏଜେନ୍ସିମାନେ ସାଇବର ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି। ଏହା ଅଧୀନରେ ଇଡି କର୍ଣ୍ଣାଟକର ଏକ ମାମଲାରେ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଠକେଇ ପରିମାଣ ପାଖାପାଖି ୧୫୯ କୋଟି ଟଙ୍କା।

ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ୮ ଜଣ ଅଭିଯୁକ୍ତ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଇଡି ଏକ ବିବୃତିରେ କହିଛି ଯେ ଗତ ମାସରେ ବେଙ୍ଗାଲୁରୁର ପିଏମଏଲଏ କୋର୍ଟରେ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଇଡି କହିଛି ଯେ ତଦନ୍ତରୁ ଜଣାପଡିଛି ଯେ ଭାରତରେ ନକଲି ଷ୍ଟକ ବଜାର ନିବେଶ ଏବଂ ଡିଜିଟାଲ ଗିରଫଦାରୀ ସମେତ ସାଇବର ଠକେଇର ଏକ ବୃହତ ନେଟୱାର୍କ ରହିଛି, ଯାହା ମୁଖ୍ୟତଃ ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଏବଂ ଟେଲିଗ୍ରାମ ଭଳି ପ୍ଲାଟଫର୍ମ ମାଧ୍ୟମରେ ଜାରି ରହିଛି ।

ଇଡି କହିଛି ଯେ ଏହି ଦୁର୍ନୀତିର ଶିକାର ହୋଇଥିବା କିଛି ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ନିଜକୁ ସୀମା ଶୁଳ୍କ ଏବଂ ସିବିଆଇ ଅଧିକାରୀ ପରିଚୟ ଦେଇ ‘ଡିଜିଟାଲ ଗିରଫ’ କରିଥିଲେ ଏବଂ ପରେ ସେମାନଙ୍କୁ ବିପୁଳ ପରିମାଣର ଟଙ୍କା ସେଲ୍ କମ୍ପାନୀକୁ ହସ୍ତାନ୍ତର କରିବାକୁ ବାଧ୍ୟ କରିଥିଲେ।

ଇଡି କହିଛି ଯେ ଏହି ଦୁର୍ନୀତିର ଶିକାର ହୋଇଥିବା କିଛି ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ନିଜକୁ ସୀମା ଶୁଳ୍କ ଏବଂ ସିବିଆଇ ଅଧିକାରୀ ପରିଚୟ ଦେଇ ‘ଡିଜିଟାଲ ଗିରଫ’ କରିଥିଲେ ଏବଂ ପରେ ସେମାନଙ୍କୁ ବିପୁଳ ପରିମାଣର ଟଙ୍କା ସେଲ୍ କମ୍ପାନୀକୁ ହସ୍ତାନ୍ତର କରିବାକୁ ବାଧ୍ୟ କରିଥିଲେ। ଅଭିଯୁକ୍ତମାନେ ଶହ ଶହ ସିମ୍ କାର୍ଡ ହାସଲ କରି ଠକେଇ କରିଥିଲେ, ଯାହା ଶେଲ୍ କମ୍ପାନିର ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ଥିଲା କିମ୍ବା ହ୍ଵାଟ୍ସଆପ୍ ଆକାଉଣ୍ଟ ତିଆରି କରିବାରେ ବ୍ୟବହାର ହୋଇଥିଲା ବୋଲି ଇଡି କହିଛି। ଏହି ବେନାମୀ ସିମ୍ କାର୍ଡ ଯୋଗୁଁ ଠକମାନେ ପୀଡ଼ିତମାନଙ୍କୁ ଠକିବା ରେ ସକ୍ଷମ ହେଉଛନ୍ତି ।

ଆହତ ପୁଲିସଙ୍କ ବିବୃତ୍ତିକୁ ଆଧାର କରି ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟରେ ବାଧା ଦେବା ଓ ହତ୍ୟା ଉଦ୍ୟମ ଧାରା ଅଧୀନରେ ଏକ ମାମଲା ରୁଜୁ କରିଛି ପୁଲିସ। ମୋଟର ଯାନ ଅଧିନିୟମର ଧାରାଗୁଡିକ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହି କାରଟି ବସନ୍ତ କୁଞ୍ଜ ବାସିନ୍ଦା ଜୟ ଭଗବାନ ନାମକ ବ୍ୟକ୍ତିଙ୍କ ନାଁରେ ପଞ୍ଜିକୃତ ହୋଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।