fbpx

ରାଜ୍ୟରେ ବର୍ତ୍ତମାନ କୋଭିଡ୍‍ ପାଇଁ ବିପଦ ନାହିଁ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସୂଚନା

Advertisement

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‍ ପାଇଁ ବର୍ତ୍ତମାନ ସମୟରେ ବିପଦ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି । ମାତ୍ର ରାଜ୍ୟବାସୀ ସତର୍କ ରହିବା ସହ ମାସ୍କ ପିନ୍ଧିବା, ଭିଡ଼ ସ୍ଥାନକୁ ଆବଶ୍ୟକ ନ ଥିଲେ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଦେଶରେ ଆଜି ମାତ୍ର ୧୮୫ ଜଣ କୋଭିଡ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏମାନେ କେହିବି ଡାକ୍ତରଖାନାରେ ଭର୍ତ୍ତି ହୋଇ ନାହାନ୍ତି ।

ତେବେ ରାଜ୍ୟରେ ୬୦୦୦ରୁ ଊର୍ଦ୍ଧ୍ୱ କୋଭିଡ ଟେଷ୍ଟ ହେଉଥିଲେ ମଧ୍ୟ ଗୋଟିଏ ୨ଟି ସଂକ୍ରମିତ ଦେଖିବାକୁ ମିଳୁଛି । ଏସ୍‌ସିବି ମେଡିକାଲରେ ୨ ମାସ ଭିତରେ କୌଣସି କୋଭିଡ ରୋଗୀ ଭର୍ତ୍ତି ହୋଇ ନାହାନ୍ତି କି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ରାଜ୍ୟରେରେ କୋଭିଡ ପଜିଟିଭ୍ ହାର ଦୈନିକ ୦.୦୧ ପ୍ରତିଶତ । ଦେଶରେ ୨୨୦ କୋଟି ଡୋଜ ଟିକା ଦିଆସରିଛି । ୧୦୦ କୋଟିରୁ ଊର୍ଦ୍ଧ୍ୱ ଲୋକ ପ୍ରଥମ ଓ ପାଖାପାଖି ୯୫ କୋଟି ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି । ୨୦ କୋଟି ଲୋକ ବୁଷ୍ଟର ଡୋଜ ନେଇଛନ୍ତି ।

ସେହିପରି ରାଜ୍ୟରେ ୧୦୦ ଭାଗ ଲୋକ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ଅନ୍ୟପକ୍ଷରେ ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି । ଫଳରେ ଲୋକଙ୍କରଠାରେ ରୋଗ ପ୍ରତିଷେଧକ ବଢ଼ିଯାଇଛି । ମାତ୍ର ଯେଉଁମାନେ ବୁଷ୍ଟର ଡୋଜ୍ ନେଇନାହାନ୍ତି ସେମାନେ ନେଇଯିବା ଉଚିତ୍ ବୋଲି ଡାକ୍ତର ପଣ୍ଡା ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.