fbpx
BSKY SKY
BSKY SKY

ଗଣତନ୍ତ୍ରରେ ସୃଷ୍ଟି ହେଲା ନୂଆ ପରମ୍ପରା: ଏହି ରାଜ୍ୟରେ ସରକାରରେ ସାମିଲ ହେଲେ ସମସ୍ତ ଦଳ, କେହି ରହିଲେନି ବିରୋଧୀ

BSKY

ନୂଆଦିଲ୍ଲୀ: ନାଗାଲାଣ୍ଡ ରାଜ୍ୟରେ ଦେଖିବାକୁ ମିଳିଛି ଗଣତନ୍ତ୍ରର ଭିନ୍ନ ପରମ୍ପରା। ଯେଉଁଠାରେ ବିଧାନସଭା ନିର୍ବାଚନ ପରେ ସମସ୍ତ ଦଳ ମିଶି ସରକାର ଗଠନ କରିବାକୁ ଯାଉଛନ୍ତି। ତୃତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇଥିବା ଏନସିପ, ଜେଡିୟୁ ସମେତ ଅନେକ ଦଳ ବିଜେପି ମିଳିତ ମଞ୍ଚରେ ଯୋଗଦେବାକୁ ଘୋଷଣା କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ରାଜନୈତିକ ଦଳ ଏହି ବିଜୟର ସାକ୍ଷୀ ହୋଇଛନ୍ତି। ଏହା ମଧ୍ୟ ପ୍ରଥମ ଥର ହେବ କି ବିଧାନସଭାରେ ଶପଥ ନେବା ପୁର୍ବରୁ ସଦନ ବାହାରେ ବିପକ୍ଷ ସାରକାରରେ ସାମିଲ ହୋଇଛନ୍ତି।

ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ସର୍ବାଧିକ ସଂଖ୍ୟକ ରାଜନୈତିକ ଦଳ ଅଂଶଗ୍ରହଣ କରୁଥିବା ସତ୍ତ୍ୱେ ନାଗାଲାଣ୍ଡର ନୂତନ ସରକାର ଏକ ବିରୋଧୀ ନଥିବା ସରକାର ଆଡକୁ ଗତି କରୁଛନ୍ତି। ଏଥିରେ ପ୍ରାୟ ସମସ୍ତ ଦଳ ଏନଡିପିପି-ବିଜେପି ସହଯୋଗୀ ଦଳକୁ ସର୍ତ୍ତମୂଳକ ସମର୍ଥନ ଦେଇଛନ୍ତି। ମାର୍ଚ୍ଚ ୨ ରେ ଘୋଷିତ ଫଳାଫଳରେ ଏନଡିପିପି ଏବଂ ବିଜେପି ଯଥାକ୍ରମେ ୨୫ ଏବଂ ୧୨ ଟି ଆସନ ଜିତି ୬୦ ସଦସ୍ୟ ବିଶିଷ୍ଟ ଗୃହରେ ମିଳିତ ଭାବେ ମୋଟ ୩୭ ଆସନ ସହିତ ସରକାର ଗଠନ ପାଇଁ ବହୁମତ ହାସଲ କରିସାରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଏଲଜେପି (ରାମ ଭିଲାସ), ଆରପିଆଇ (ଆଠୱାଲେ), ଜେଡି (ୟୁ) ସହଯୋଗୀ ଦଳକୁ ସମର୍ଥନ ପତ୍ର ଦାଖଲ କରିସାରିଛନ୍ତି। ସେହିଭଳି ନବ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ଏନପିଏଫ୍ ସାଧାରଣ ସମ୍ପାଦକ ଅଖୁବାମେମୋ କିକନ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ କିନ୍ତୁ ସେମାନେ ନୂତନ ସରକାରଙ୍କୁ ସମର୍ଥନ ଜଣାଇ ପାରନ୍ତି।

ସମସ୍ତ ରାଜନୈତିକ ଦଳ ବିଜୟୀ ଏନଡିପିପି-ବିଜେପି ସହଯୋଗୀ ଦଳକୁ ସମର୍ଥନ କରୁଥିବା ବେଳେ ନାଗାଲାଣ୍ଡରେ ଆଉ ଏକ ଦଳୀୟ ସରକାର ରହିବ। ଏହା ପୁର୍ବରୁ ୨୦୧୫ ଏବଂ ୨୦୨୧ ରେ ବିରୋଧ ବିନା ସରକାର ଗଠନ କରାଯାଇଥିଲା, କିନ୍ତୁ ଏଥର ନାଗାଲାଣ୍ଡରେ ପ୍ରଥମ ବିଧାନସଭା ହେବ, ଯାହା ଗୃହର ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ବିରୋଧୀ ଶେଷ ହେବାକୁ ଯାଉଛନ୍ତି।

Get real time updates directly on you device, subscribe now.