ଗାଁରେ ନାହାଁନ୍ତି ଗୋଟିଏ ବି ହିନ୍ଦୁ ପରିବାର, କିନ୍ତୁ ପାଳନ ହେଲା ମହରମ୍ ପର୍ବ

ଏଠାରେ ହିନ୍ଦୁ ପାଳିଲେ ମହରମ୍ ପର୍ବ

କର୍ଣ୍ଣାଟକ: ଗତକାଲି ସାରା ଦେଶରେ ମହରମ୍ ପର୍ବ ପାଳନ କରାଯାଇଥିଲା। ସାଧାରଣତଃ ଏହି ପର୍ବ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ପାଳନ କରିଥାନ୍ତି କିନ୍ତୁ କର୍ଣ୍ଣାଟକର ୟାଦଗିରରେ ଏପରି ଏକ ଗାଁ ଅଛି ଯେଉଁଠି କୌଣସି ମୁସଲିମ୍ ପରିବାର ନାହାଁନ୍ତି ତଥାପି ମଧ୍ୟ ଏଠାକାର ହିନ୍ଦୁ ଲୋକମାନେ ମହରମ୍ ପାଇଁ ଶୋକ ପାଳନ କରନ୍ତି।

ମୁସଲିମ ସମ୍ପ୍ରଦାୟ ପାଇଁ ମହରମ୍ ପର୍ବ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ମହରମ୍ ମାସରେ ହଜରତ୍ ଇମାମ୍ ହୁସେନ ଏବଂ ତାଙ୍କ ସାଥୀମାନେ କର୍ବଲା କ୍ଷେତ୍ରରେ ସହିଦ ହୋଇଥିଲେ। ଏହାର ସ୍ମୃତିରେ ମହରମ୍ ପର୍ବ ପାଳନ କରାଯାଏ।

ଏହି ଦିନ, ମୁସଲିମ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇ ତାଜିଆ ବାହାର କରନ୍ତି, ଯାହାକୁ ସେମାନେ ପରେ କବରସ୍ଥାନରେ କବର ଦିଅନ୍ତି।

ତଥାପି, ୟାଦଗିର ଜିଲ୍ଲାର ତାଲାଭରଗେରି ଗାଁରେ ଗୋଟିଏ ବି ମୁସଲିମ ପରିବାର ନଥିବା ସତ୍ତ୍ୱେ, ହିନ୍ଦୁ ପରିବାର ଦଶନ୍ଧି ଧରି ଏଠାରେ ମହରମ୍ ପର୍ବ ପାଳନ କରିଆସୁଛନ୍ତି।

ମୋହରମ୍ ପର୍ବର ଗୋଟିଏ ମାସ ପୂର୍ବରୁ, ଗାଁର ସମସ୍ତ ହିନ୍ଦୁମାନେ ନିଜ ନିଜର କ୍ଷମତା ଅନୁସାରେ ଦାନ କରି ମୋହରମ୍ ପର୍ବ ପାଇଁ ପ୍ରସ୍ତୁତି କରନ୍ତି।

ଯେଉଁ ମନ୍ଦିରରେ ଆଲାଇ ଦେବତାଙ୍କୁ ସ୍ଥାପନ କରାଯାଏ ତାହା ସଫା କରାଯାଏ ଏବଂ ଚୂନ ଦ୍ୱାରା ରଙ୍ଗ କରି ପ୍ରସ୍ତୁତ କରାଯାଏ।

ଛଅ ଦିନିଆ ମୋହରମ୍ ପର୍ବରେ, ହାସନ, ହୁସେନ, ଲାଲାବାସ୍, କାସିମସାବ ଏବଂ ମୌଲାଲିଙ୍କ ପାଞ୍ଚଟି ମୂର୍ତ୍ତି ସ୍ଥାପନ କରାଯାଏ। ଗାଁରେ ଛଅ ଦିନ ଧରି ଚାଲିଥିବା ମୋହରମର ଶେଷ ଦିନରେ, ଦେବତାଙ୍କ ପାଞ୍ଚଟି ମୂର୍ତ୍ତିକୁ ପୋତି ଦିଆଯାଏ।