fbpx
BJD SKY
BJD SKY

ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଙ୍ଗ କାର୍ଯ୍ୟ ପାଇଁ ଦେଖନ୍ତୁ ଲିଷ୍ଟ

BJD

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ ଏପ୍ରିଲ ମାସରେ ଅନେକ ଦିନ ଛୁଟି ରହିବ । ଏପ୍ରିଲ ମାସରେ ୨୦୨୪ରେ ଭିନ୍ନ ଭିନ୍ନ ଜୋନରେ ସମୁଦାୟ ୧୪ ଦିନ ବ୍ୟାଙ୍କ ଛୁଟି ରହିବ । ଏମିତିରେ ବି ବ୍ୟାଙ୍କିଙ୍ଗର ଅଧା କାମ ଅନଲାଇନ ପ୍ରକ୍ରିୟାରେ ହୋଇଯାଉଛି । ହେଲେ ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବ୍ୟାଙ୍କକୁ ଯିବାକୁ ପଡିଥାଏ । ଯଦି ଆପଣ ବ୍ୟାଙ୍କର ଛୁଟି ବିଷୟରେ ଅବଗତ ନ ହୋଇ ଯଦି ଯାଆନ୍ତି ତେବେ ନିରାଶ ହୋଇ ଫେରିବେ । ଏଥିସହ ଆବଶ୍ୟକୀୟ କାର୍ଯ୍ୟ ମଧ୍ୟ ଅଟକି ଯିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବ୍ୟାଙ୍କ ଡଛୁଟି ରହିବ ।

୧ ଏପ୍ରିଲ ୨୦୨୪: ଆର୍ଥିକ ବର୍ଷ ଶେଷ ହେବା ଯୋଗୁଁ ବ୍ୟାଙ୍କର ଆକାଉଁଣ୍ଟ କ୍ଲୋଜିଂ ପାଇଁ ୧ ଏଫ୍ରିଲରେ ବ୍ୟାଙ୍କ ଛୁଟି ରହିବ ।
୫ ଏପ୍ରିଲ ୨୦୨୪: ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ଏବଂ Jumat-ul-Vida ପାଇଁ ଶ୍ରୀନଗର, ଜାମ୍ମୁ ଏବଂ ତେଲେଙ୍ଗାନାରେ ବ୍ୟାଙ୍କରେ ଛୁଟି ରହିବ ।
୭ ଏପ୍ରିଲ ୨୦୨୪: ରବିବାର ପାଇଁ ଛୁଟି
୯ ଏପ୍ରିଲ ୨୦୨୪: ତେଲୁଗୁ ନବ ବର୍ଷ ଏବଂ ପ୍ରଥମ ନବରାତ୍ରୀ ଚାଲୁଥିବାରୁ ବେଙ୍ଗାଲୁରି, ଚେନ୍ନାଇ, ହାଇଦ୍ରାବାଦ, ଇମ୍ଫାଲ, ଜାମ୍ମୁ, ମୁମ୍ବାଇ, ନାଗପୁର, ପଣଜୀ ଏବଂ ଶ୍ରୀନଗରରେ ବ୍ୟାଙ୍କ ପାଇଁ ଛୁଟି ରହିବ ।
୧୦ ଏପ୍ରିଲ ୨୦୨୪: ଇଦ ପାଇଁ କୋଚ୍ଚୀ ଏବଂ କେରଳରେ ବ୍ୟାଙ୍କ ବନ୍ଦ ରହିବ ।
୧୧ ଏପ୍ରିଲ ୨୦୨୪: ଇଦ ପାଇଁ ସମଗ୍ର ଦେଶର ବ୍ୟାଙ୍କ ବନ୍ଦ ରହିବ ।
୧୩ ଏପ୍ରିଲ ୨୦୨୪: ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୧୪ ଏପ୍ରିଲ ୨୦୨୪: ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।
୧୫ ଏପ୍ରିଲ ୨୦୨୪: ହିମାଚଳ ଦିବସ ପାଇଁ ଗୁହ୍ୱାଟୀ ଏବଂ ଶିମଲା ଜୋନରେ ବ୍ୟାଙ୍କ ବନ୍ଦ ରହିବ ।
୧୭ ଏପ୍ରିଲ ୨୦୨୪: ଶ୍ରୀ ରାମ ନବମୀ ପାଇଁ ବ୍ୟାଙ୍‌କ ଛୁଟି ରହିବ ।
୨୦ ଏପ୍ରିଲ ୨୦୨୪: ଗରିୟା ପୂଜା ପାଇଁ ଅଗରତାଲାରେ ବ୍ୟାଙ୍କ ବନ୍ଦ ରହିବ ।
୨୮ ଏପ୍ରିଲ ୨୦୨୪: ରବିବାର ଦିନ ବ୍ୟାଙ୍କ ବନ୍ଦ ରହିବ ।

Get real time updates directly on you device, subscribe now.