fbpx

Insurance ସହ ଖେଳାଯାଏ IPL ଟୁର୍ଣ୍ଣାମେଣ୍ଟ: ମ୍ୟାଚ ରଦ୍ଦ ହେଲେ ବି ମିଳିବ ଟଙ୍କା, ଆହତ ଖେଳାଳିଙ୍କୁ ୫୦%

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ଶୁଭାରମ୍ଭ ହୋଇଯାଇଛି । ଆଜି କେବଳ ଭାରତ ନୁହେଁ ସାରା ବିଶ୍ୱରେ ଆଇପିଏଲ ସମସ୍ତଙ୍କ ପ୍ରିୟ ଲିଗ ଟୁର୍ଣ୍ଣାମେଣ୍ଟ ପାଲଟିଛି । ତେଣୁ ଆଇପିଏଲକୁ ନେଇ ଫ୍ୟାନ୍ସମାନେ ବହୁତ କିଛି ଜାଣିଥିବେ । କିନ୍ତୁ ଆଜି ଏମିତି ଏକ ତଥ୍ୟ ବିଷୟରେ ଆଲୋଚନା କରିବା, ଯାହା ହୁଏତ ଖୁବ କମ୍ ଲୋକଙ୍କୁ ଜଣାଥିବ । ଆଇପିଏଲରେ ଅନେକ ମ୍ୟାଚ କିଛି ନା କିଛି କାରଣରୁ ରଦ୍ଦ ହୋଇଥାଏ ଏବଂ ଅନେକ ମ୍ୟାଚରେ ଖେଳାଳିମାନେ ଆହତ ହୋଇଥାନ୍ତି । ତେବେ ଏମିତି ପରିସ୍ଥିତିରେ ଖେଳାଳି ଏବଂ ମ୍ୟାଚର ରୋଜଗାର ଉପରେ କେଉଁ ପ୍ରଭାବ ପଡ଼ିଥାଏ?

ଆଇପିଏଲର ପ୍ରତ୍ୟେକ ମ୍ୟାଚରେ ବୀମା ରହିଥାଏ । ଆଇପିଏଲ ଫ୍ରାଞ୍ଚାଇଜି ଏବଂ ବିସିସିଆଇ ଏହିସବୁ ମ୍ୟାଚ ଏବଂ ଖେଳାଳିମାନଙ୍କର ବୀମା କରାଇଥାନ୍ତି, ଯାହାଦ୍ୱାରା ଏଭଳି ଘଟଣାରେ କ୍ଷତିପୂରଣ କରାଯାଇପାରିବ । ମ୍ୟାଚ ଉପରେ ଦିନକୁ ଦିନ ଆଶଙ୍କା ବଢୁଥିବାରୁ ଫ୍ରାଞ୍ଚାଇଜି କିମ୍ବା ବିସିସିଆଇ ବୀମା ତରଫରୁ ଏହି ରାଶିକୁ ଲଗାତାର ବୃଦ୍ଧି ମଧ୍ୟ କରାଯାଉଛି । ଟୁର୍ଣ୍ଣାମେଣ୍ଟର ସମସ୍ତ ଦଳ ଏବଂ ଖେଳାଳିଙ୍କର ବୀମା କରଯିବା ସହ ଭେନ୍ୟୁର ମଧ୍ୟ ବୀମା କରାଯାଏ । ଯଦି କୌଣସି କାରଣରୁ ମ୍ୟାଚ ରଦ୍ଦ ହୁଏ, ଫ୍ରାଞ୍ଚାଇଜିକୁ ନିଜ ଟଙ୍କାର କ୍ଷତି ନ ହେବ ଏବଂ ବିସିସିଆଇକୁ ମଧ୍ୟ ସ୍ପନସର ତରଫରୁ ମିଳୁଥିବା ଟଙ୍କାର କ୍ଷତିପୂରଣ ହୋଇପାରିବ । ସେହିପରି ଯଦି କୌଣସି ଖେଳାଳି ଆହତ ହୋଇ ଯୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ନ୍ତି, ତେବେ ତାଙ୍କୁ ମଧ୍ୟ ଫିସ୍ ରୁ କିଛି ପ୍ରତିଶତ ଟଙ୍କା ପ୍ରଦାନ କରାଯାଇଥାଏ ।

ଏମକେଗ୍ଲୋବାଲ ଫାଇନାନ୍ସିଆଲ ସର୍ଭିସେସର ସିନିୟର ରିସର୍ଚ୍ଚ ଆନାଲିଷ୍ଟ ଅବିନାଶ ସିଂହ କହିଛନ୍ତି ଯେ, ଯଦି କୌଣସି ମ୍ୟାଚ ବା ଭେନ୍ୟୁ ରଦ୍ଦ ହୋଇଯାଏ, ବୀମା ଅନୁସାରେ ଦଳକୁ ଟଙ୍କା ମିଳିଥାଏ । ବୀମା କମ୍ପାନୀ ତରଫରୁ ଏହାର ଦେୟ ଦେଇଥାନ୍ତି । ସେହିପରି ଯଦି କୌଣସି ଖେଳାଳି ଆହତ ହୋଇ ଦଳରୁ ବାଦ୍ ପଡ଼ନ୍ତି, ତେବେ ବୀମା ଅନୁସାରେ ତାଙ୍କୁ ୫୦% ଦେୟ ପ୍ରଦାନ କରାଯାଏ ।

Get real time updates directly on you device, subscribe now.