fbpx

Team Indiaରେ ହେବ ବଡ଼ ପରିବର୍ତ୍ତନ! ଦ୍ୱିତୀୟ ମ୍ୟାଚ ପାଇଁ ଦଳକୁ ଫେରିବେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ବିଜୟ ହାସଲ କରିବାରେ ବିଫଳ ହୋଇଛି ଟିମ ଇଣ୍ଡିଆ । ଶିବମ ଦୁବେଙ୍କ ଶତ ଚେଷ୍ଟା ପରେ ମଧ୍ୟ ମ୍ୟାଚକୁ ଟାଇ ରଖିପାରିଛି ରୋହିତ ସେନା । ତେବେ ଏହାପରେ ଶେଷ ୨ଟି ମ୍ୟାଚ ଜିତି ସିରିଜ ହାତମୁଠାରେ ରଖିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଅଧିନାୟକ ରୋହିତ ଶର୍ମା । ତେଣୁ ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ପ୍ଲେଇଙ୍ଗ-୧୧ରେ କିଛି ପରିବର୍ତ୍ତନ କରିପାରନ୍ତି ରୋହିତ । କୋଚ୍ ଗୌତମ ଗମ୍ଭୀର ମଧ୍ୟ ଏହି ନିଷ୍ପତ୍ତି ସହ ମ୍ୟାଚ୍ ବିଜୟ ଆଶା ନେଇ ପଡ଼ିଆକୁ ଓହ୍ଲାଇପାରନ୍ତି ।

ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଡ୍ର’ ରହିବା ପରେ ଦ୍ୱିତୀୟ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ମ୍ୟାଚ୍ ଜିତି ସିରିଜରେ ଆଗୁଆ ରହିବା ପାଇଁ ପ୍ରୟାସ କରିପାରନ୍ତି ଉଭୟ ଦଳର ଅଧିନାୟକ । ତେଣୁ ଟିମ ଇଣ୍ଡିଆ ପ୍ଲେଇଙ୍ଗ-୧୧ରେ କିଛି ପରିବର୍ତ୍ତନ କରିବେ ବୋଲି ଆଶା କରାଯାଉଛି । ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ପ୍ରଥମ ମ୍ୟାଚରେ ରୋହିତ ଶୁଭମନ ଗିଲଙ୍କ ସହ ପାଳି ଆରମ୍ଭ କରିଥିଲେ । କିନ୍ତୁ ଗିଲ୍ ଏହି ମ୍ୟାଚରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି । ତେଣୁ ଆସନ୍ତା ମ୍ୟାଚରେ ରୋହିତ ଗିଲଙ୍କ ସ୍ଥାନରେ ୱିକେଟ କିପର ଋଷଙ ପନ୍ତଙ୍କୁ ଦଳରେ ସ୍ଥାନ ଦେଇପାରନ୍ତି । ଏହାସହିତ ରୋହିତ-ପନ୍ତ ଓପନିଙ୍ଗ ଯୋଡ଼ିରେ ଲେଫ୍ଟ-ରାଇଟ୍ କମ୍ବିନେସନ୍ ମଧ୍ୟ ପାଇପାରିବ ଟିମ ଇଣ୍ଡିଆ ।

ଅନ୍ୟ ପକ୍ଷରେ ଜଣେ ପେସ୍ ବୋଲରଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି ରୋହିତ । ଦ୍ୱିତୀୟ ମ୍ୟାଚରେ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ଖଲୀଳ ଅହମଦ କିମ୍ବା ହର୍ଷିତ ରାଣାଙ୍କୁ ଖେଳିବା ପାଇଁ ସୁଯୋଗ ମିଳିପାରେ । ରିୟାନ୍ ପରାଗ ମଧ୍ୟ ଜଣେ ଭଲ ଅଲରାଉଣ୍ଡର ଭାବରେ ଦଳରେ ସ୍ଥାନ ପାଇପାରନ୍ତି । ରିୟାନ୍ ପରାଗ ଟି-୨୦ ସିରିଜରେ ବ୍ୟାଟିଂ ଏବଂ ବୋଲିଂରେ କମାଲ କରିଛନ୍ତି । ତେବେ ପ୍ରଥମ ମ୍ୟାଚରେ ଶେଷ ପର୍ଯ୍ୟନ୍ତ ଲଢି ଶିବମ୍ ଦୁବେ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି । ଏହାସହିତ ୪ ଓଭର ବୋଲିଂ ମଧ୍ୟ କରିଛନ୍ତି, ଯେଉଁଥିରେ ଗୋଟିଏ ୱିକେଟ ସାମିଲ ରହିଛି ।

ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ଋଷଭ ପନ୍ତ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ଅକ୍ଷର ପଟେଲ, ଶିବମ ଦୁବେ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ଖଲିଲ ଅହମଦ/ରିୟାନ ପରାଗ
ଶ୍ରୀଲଙ୍କା ପ୍ଲେଇଙ୍ଗ-୧୧: ପଥୁମ ନିସାଙ୍କା, ଅଭିଷ୍କା ଫର୍ଣ୍ଣାଣ୍ଡୋ, କୁସଲ ମେଣ୍ଡି. ସଦୀରା ସମରବିକ୍ରମା, ଚରିତ ଅସଲାଙ୍କା(ଅଧିନାୟକ), ଜେନିଥ ଲିୟାନଗେ, ୱାନିନ୍ଦୁ ହସରଙ୍ଗା, ଦୁନୀଥ ୱେଲାଲାଗେ, ଅକିଲା ଧନଞ୍ଜୟ, ଅସିଥା ଫର୍ଣ୍ଣାଣ୍ଡୋ, ମହମ୍ମଦ ଶିରାଜ ।

Get real time updates directly on you device, subscribe now.