fbpx

ଶସ୍ତା ହେବ ତେଲ ଦର: ଯୁଦ୍ଧ ହେଲେ ବି ପେଟ୍ରୋଲ-ଡିଜେଲ ରେଟ କମାଇବା ପାଇଁ ଅର୍ଥମନ୍ତ୍ରୀଙ୍କ ଯୋଜନା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ବିଗତ କିଛି ଦିନରେ ପେଟ୍ରୋଲ-ଡିଜେଲ ଦର ଲୋକଙ୍କ ଚିନ୍ତା ବଢାଇ ଦେଇଛି । ୧୪ ଦିନ ମଧ୍ୟରେ ପୋଟ୍ରୋଲ ଦର ପ୍ରାୟ ଲିଟର ପିଛା ୯ ଟଙ୍କା ବୃଦ୍ଧି ପାଇଛି । ଏହି ପରିସ୍ଥିତିରେ କମ ମୂଲ୍ୟରେ ପେଟ୍ରୋଲ ପାଇବା ପାଇଁ ଆଶା ଖୁବ କଷ୍ଟକର । କିନ୍ତୁ ସରକାର ଏହି ସୁବିଧା କରିବା ପାଇଁ ଏକ ଯୋଜନା କରୁଥିବା ଜଣାଯାଇଛି । ଏହାଦ୍ୱାରା ଆଗକୁ ପେଟ୍ରୋଲ ଶସ୍ତାରେ ମିଳି ପାରିବ । ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।

Nirmala Sitharaman And Subramaniam Jayashankar Will Get Jnu Alumni Award - वित्त मंत्री और विदेश मंत्री को देंगे जेएनयू एल्यूमनाई अवार्ड, एग्जीक्यूटिव काउंसिल का फैसला - Amar ...

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦେଶକୁ ରିହାତି ଅନୁସାରେ ପେଟ୍ରୋଲ ଦରକାର ବୋଲି ସ୍ପଷ୍ଟ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଋଷର ଅଫର ପରେ ଭାରତ ଶସ୍ତା ତୈଳ କିଣିବା ସହ ଋଷରୁ ଅଶୋଧିତ ତେଲ କିଣିବା ଜାରି ରକିବ ବୋଲି ଜଣାଯାଇଛି । ତେବେ ଏହି ପ୍ରକ୍ରିୟା ଜାରି ରହିଲେ ଆଗକୁ ତେଲ ଦର ଆହୁରି ଶସ୍ତା ହେବ ବୋଲି ଅନୁମାନ କରାଯାଉଛି । ଏହାବ୍ୟତୀତ ଏକ୍ସାଇଜ ଡ୍ୟୁଟିରେ ମଧ୍ୟ ଖୁବ ସୁବିଧା ମିଳିପାରିବ । ଦେଶ ପାଇଁ ଆବଶ୍ୟକ ହେଉତିବା ତେଲର ମୋଟ ୮୫ ପ୍ରତିଶତ ତେଲ ଆମଦାନୀ କରାଯାଇଥାଏ । ଅର୍ଥମନ୍ତ୍ରୀଙ୍କ କହିବା ଅନୁସାରେ, ଋଷରୁ ୩-୪ ଦିନ ପାଇଁ ତେଲ କିଣା ହୋଇ ସାରିଛି । ତେଣୁ ଖୁବଶୀଘ୍ର ତେଲ ଦରରେ ହ୍ରାସ ହେବା ସହ ମହଙ୍ଗା ମାଡରୁ ମୁକ୍ତି ମିଳିବ ବୋଲି ଆଶା ଦେଖାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Get real time updates directly on you device, subscribe now.