fbpx

(Video): ସ୍ୱର୍ଗରେ ବି ହେଉ ନ ଥିବ ଏମିତି ବାହାଘର, ରାଧିକାଙ୍କ ହାତ ଧରିବେ ଅନନ୍ତ, ଆସିପାରନ୍ତି ସୁପରଷ୍ଟାର ଜାଁନସେନା

ଓଡିଶା ଭାସ୍କର : ଅମ୍ବାନୀଙ୍କ ‘ଏଣ୍ଟିଲିଆ’ ସାରା ବିଶ୍ୱରେ ଏବେ ଝଲସୁଛି । ରୋଶଣୀ, ବାଜା ଓ ଅତିଥିଙ୍କ ଆଗମନକୁ ସ୍ୱାଗତ କରୁଛି ଅମ୍ବାନୀଙ୍କ ଏହି ଘର । କେବଳ ଦେଶ ନୁହେଁ ବିଦେଶର ମଧ୍ୟ ପ୍ରସିଦ୍ଧ ଷ୍ଟାର, ସୁପରଷ୍ଟାର, ବ୍ୟବସାୟୀ, ରାଜନେତାଙ୍କ ସୁଅ ଛୁଟିଛି ମୁକେଶ ଅମ୍ବାନୀଙ୍କ ଘରକୁ । ବାହାଘର ହେବ । ହାତକୁ ଦି ହାତ ହେବେ ଅମ୍ବାନୀଙ୍କ ଛୋଟ ଗ୍ଲେହା ପୁଅ ଅନନ୍ତ । ରାଧିକା ସାଜିବେ ଏହି ଅନନ୍ତଙ୍କ ସହଧର୍ମିଣୀ । ଆଉ ଏ ବାହାଘରକୁ ସ୍ୱର୍ଗରୁ ଦେବତାମାନେ ଦେଖୁଥିଲେ ବି ଆଶ୍ଚର୍ଯ୍ୟ ହେଉଥିବେ । ମତ୍ର୍ତ୍ୟଲୋକରେ ବି ଏମିତି ବାହାଘର ହୁଏ ବୋଲି । ଭଳିକି ଭଳିକି ବ୍ୟଞ୍ଜନ ସାଙ୍ଗକୁ ବିଳାସପୂର୍ଣ୍ଣ ବ୍ୟବସ୍ଥା । ତାହାସହ ଦେଶ ବିଦେଶର ବଡ ବଡ ହସ୍ତୀ ।

 

View this post on Instagram

 

A post shared by Manav Manglani (@manav.manglani)

ଆଜି ମୁମ୍ବାଇର ଜିଓ ୱାଲର୍ଡ ସେଣ୍ଟରରରେ ଉଭୟ ରାଧିକା ମର୍ଚ୍ଚେଣ୍ଟ ଓ ଅନନ୍ତଙ୍କ ବାହାଘର ଅନୁଷ୍ଠିତ ହେବ । ଏହି ବାହାଘରରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ସାମିଲ ହେବେ । ତାଙ୍କୁ କଲିନା ଏୟାରପୋର୍ଟରେ ଦେଖିବାକୁ ମିଳିଛି । ସେ ଭାରତ ଆସୁଛନ୍ତି ରାଧିକା ଓ ଅନନ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ । ସେପଟେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ବି ନିଜ ପତିଦେବ ନିକ ଜୋନ୍ସଙ୍କ ସହ ଭାରତଗସ୍ତରେ ଅଛନ୍ତି ଏହି ବାହାଘର ପାଇଁ ।

ସବୁଠୁ ଆଶ୍ଚର୍ଯ୍ୟ ଓ ରୋଚକର କଥା ହେଉଛି ଏହି ବାହାଘରରେ ଡବ୍ଲୁଡବ୍ଲୁଇ (WWE) ର ସୁପରଷ୍ଟାର ଜାଁନ ସେନା ବି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାବାଦ ପୂର୍ବତନ ଫୁଟବଲ ଷ୍ଟାର ଡେଭିଡ ବେକହମ ଓ ଟିଭି ଉପସ୍ଥାପିକା ତଥା ଗାୟିକା ଭିକ୍ଟୋରିଆ ବେକହମ ମଧ୍ୟ ଏଥିରେ ସାମିଲ ହେବେ । ସେପଟେ ଅନନ୍ତ ଓ ରାଧିକାଙ୍କ ବାହାଘର ପାଇଁ କିମ୍ କାର୍ଦଶିୟନ ଓ ତାଙ୍କ ଭଉଣୀ ଖ୍ଲୋଏ କାର୍ଦଶିୟନ ମୁମ୍ବାଇରେ ପହଞ୍ଚି ସାରିଛନ୍ତି ।

 

View this post on Instagram

 

A post shared by Manav Manglani (@manav.manglani)

Get real time updates directly on you device, subscribe now.