fbpx

ପୁରୁଷଙ୍କ ଠାରେ ଦେଖାଯାଉଥିବା ଏହି ୧୦ଟି ଲକ୍ଷଣ ହୋଇପାରେ କ୍ୟାନସରର ସଂକେତ, ଆଦୌ କରନ୍ତୁନି ଅଣଦେଖା

ନୂଆଦିଲ୍ଲୀ: ଫେବୃଆରୀ ୩ ତାରିଖରୁ ବିଶ୍ୱ କର୍କଟ ଦିବସ ରୂପରେ ପାଳନ କରାଯାଏ । ଲୋକମାନଙ୍କ ମଧ୍ୟରେ ଏହି ଭୟଙ୍କର ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୁଳ ଲକ୍ଷ୍ୟ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କ୍ୟାନସର୍ ଯୋଗୁଁ ପ୍ରାଣ ହରାଇଥାନ୍ତି । ତେବେ କ୍ୟାନସର୍ ର ଚିକିତ୍ସା ଖୁବ୍ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ । କେହି କେହି ଏହି ଲମ୍ବା ଯାତ୍ରାରେ ଜିତିଯାଆନ୍ତି । ସେହିପରି କିଛି ଜଣ ହାରିଯାଆନ୍ତି । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଏହି ରୋଗକୁ ମାରାତ୍ମକ ହେବା ଠାରୁ ରୋକାଯାଇପାରିବ । ତାହେଲେ ଚାଲନ୍ତୁ ଜାଣିବା ପୁରୁଷଙ୍କ ଠାରେ ଦେଖାଯାଉଥିବା କେଉଁ କେଉଁ ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ ।

ପରିସ୍ରା ସହିତ ଜଡ଼ିତ ସମସ୍ୟା ଯେପରିକି ରାତିରେ ବାରମ୍ବାର ଟଏଲେଟ୍ ଯିବା, ଅନେକ ସମୟରେ କଣ୍ଟ୍ରୋଲ କରିନପାରିବା, ପରିସ୍ରାରେ ରକ୍ତ ପଡ଼ିବା ଇତ୍ୟାଦି ଅଣଦେଖା କରିବା ଉଚିତ୍ ନୁହେଁ । ସେହିପରି ଚର୍ମରେ ପରିବର୍ତ୍ତନ ଦେଖାଦେବା । ଅନେକ ସମୟରେ ଚର୍ମରେ ଅଚାନକ ଦାଗ ହୋଇଯିବା । ଏସବୁ ହେବା ଦ୍ୱାରା ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଖାଦ୍ୟ ଢ଼ୋକିବାରେ ସମସ୍ୟା ଉପୁଜିବା, ଛାତିରେ ଯନ୍ତ୍ରଣା, ମୁହଁରେ ପରିବର୍ତ୍ତନ(ତମାଖୁ ଖାଉଥିଲେ ମାଉଥ୍ କ୍ୟାନସର୍ ର ରହିଛି ସମ୍ଭାବନା), ଓଜନ ହ୍ରାସ ହୋଇଯିବା । ଏହା ବ୍ୟତୀତ ଟେଷ୍ଟିକଲ୍ସ ରେ ପରିବର୍ତ୍ତନ । ଅର୍ଥାତ୍ ଭ୍ରୁଣରେ ସମସ୍ୟା । ଏପରି ହେବା ଦ୍ୱାରା ଡାକ୍ତରଙ୍କୁ ଦେଖାଇବା ଜରୁରୀ । ବାରମ୍ବାର ଥକ୍କାପଣ, ଅତ୍ୟଧିକ କାଶ ହେବା ମଧ୍ୟ ପୁରୁଷଙ୍କ ଠାରେ କ୍ୟାନସର୍ ହେବାର ସଂକେତ ହୋଇପାରେ ।

Get real time updates directly on you device, subscribe now.