fbpx

କରୋନାରୁ ସୁସ୍ଥ ହେବାପରେ ବି ରହିପାରେ ଏହାର ପ୍ରଭାବ, ଏଥିପାଇଁ ୪ଟି କାରଣ ହେଉଛି ଦାୟୀ; ନୂଆ ଅଧ୍ୟୟନରେ ହେଲା ଖୁଲାସା

ନ୍ୟୁୟର୍କ: କରୋନା ମହାମାରୀରୁ ସୁସ୍ଥ ହେବା ପରେ ବି ଶରୀରର କିଛି ଅଙ୍ଗରେ ଲମ୍ବା ସମୟ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥାଏ । ତେବେ ଏହି ଲଙ୍ଗ କୋଭିଡ୍ ଲକ୍ଷଣକୁ ନେଇ ବିଭିନ୍ନ ଦେଶରେ ବିଶେଷଜ୍ଞ ମାନେ ରିସର୍ଚ୍ଚ ଜାରି ରଖିଛନ୍ତି । ଲଙ୍ଗ କୋଭିଡ୍ ଲକ୍ଷଣ ଶରୀରରେ କେଉଁ କାରଣରୁ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ ? ପୂର୍ବରୁ ଶରୀରରେ ଥିବା କିଛି ବିଶେଷ କାରଣ ଯୋଗୁଁ ଏହି ଲକ୍ଷଣ ଦେଖାଯାଏ? ଏହି ସବୁ ଦିଗରୁ ଅଧ୍ୟୟନ କରାଯାଉଛି ।

ବିଶେଷଜ୍ଞ ମାନଙ୍କ ଏକ ଟିମ୍ ପ୍ରାୟ ୨୦୦ ଜଣ ରୋଗୀ କୋଭିଡ୍ ରୁ ସୁସ୍ଥ ହେବାପରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ । ପ୍ରାୟ ୨ରୁ ୩ ମାସ ପର୍ଯ୍ୟନ୍ତ ସେମାନଙ୍କ ଶରୀରରେ କେଉଁ ଭଳି ପ୍ରଭାବ ରହୁଛି ସେ ଦିଗକୁ ତର୍ଜମା କରିଥିଲେ । ଏକ ରିପୋର୍ଟ ଜରିଆରେ ଅଧ୍ୟୟନକାରୀ ଦଳ କହିଛନ୍ତି ଯେ, ଏହି ସମୟରେ ସେମାନେ କିଛି ଜୈବିକ କାରଣ ସମ୍ପର୍କରେ ଜାଣିବାକୁ ପାଇଛନ୍ତି । ଏହି ଜୈବିକ କାରଣ ଦ୍ୱାରା ଅନୁମାନ ଲଗାଯାଇପାରିବ ଯେ, ଜଣେ କୋଭିଡ୍ ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଠାରେ ଲଙ୍ଗ୍ କୋଭିଡ୍ ଲକ୍ଷଣ ବିକାଶିତ କରିପାରିବ କି ନାହିଁ ।

ଏହି ରିପୋର୍ଟରେ ୪ଟି ଜୈବିକ କାରଣ ଜଣାପଡ଼ିଛି । ଯାହା କୋଭିଡ୍ ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଠାରେ ଲଙ୍ଗ୍ କୋଭିଡ୍ ଲକ୍ଷଣ ବିକଶିତ କରିପାରେ । ତେବେ ଏହି ଲକ୍ଷଣ ରୁ ବର୍ତ୍ତିବା ପାଇଁ ସଂକ୍ରମଣରୁ ସୁସ୍ଥ ହେବାପରେ ଆଣ୍ଟିଭାଇରାଲ୍ ଟ୍ରିଟମେଣ୍ଟ୍ ଦେବା ଦରକାର ।

ଅନୁସନ୍ଧାନକାରୀମାନେ ଚିହ୍ନଟ କରିଥିବା ଚାରୋଟି କାରଣ ମଧ୍ୟରୁ ଗୋଟିଏ ହେଉଛି ସଂକ୍ରମଣ ଆରମ୍ଭରେ ରକ୍ତରେ କରୋନାଭାଇରସ୍ ଆରଏନଏର ସ୍ତର । ଦ୍ୱିତୀୟ କାରଣ ହେଉଛି ସ୍ୱତନ୍ତ୍ର ଆଣ୍ଟିବଡିର ଉପସ୍ଥିତି, ଏହି ଆଣ୍ଟିବଡି ଗୁଡିକ ଶରୀରର ଟିସୁ ଉପରେ ଆକ୍ରମଣ କରିଥାନ୍ତି । ତୃତୀୟ କାରଣ ହେଉଛି ଇପଷ୍ଟାଇନ୍-ବାର୍ ଭୁତାଣୁର ନିଷ୍କ୍ରିୟତା । ଏହି ଭୂତାଣୁ ଅଧିକାଂଶ ଲୋକଙ୍କୁ ସଂକ୍ରମିତ କରେ । ଆଉ ଚତୁର୍ଥ ହେଉଛି ଟାଇପ୍ ୨ ଡାଇବେଟିସ୍ । ଏହା ଲଙ୍ଗ୍ କୋଭିଡ୍ ଲକ୍ଷଣ ବିକଶିତ କରିଥାଏ ।

Get real time updates directly on you device, subscribe now.