fbpx
BSKY SKY
BSKY SKY

Bad Quality medicines : ପରୀକ୍ଷାଗାରାରେ ଫେଲ ହୋଇଛି ଏହି ୪୮ଟି ଔଷଧ ! ହାର୍ଟ, ଡାଇବେଟିଜ୍ ମେଡିସନ୍ ରୁ ଆରମ୍ଭ କରି ଟୁଟ୍ ପେଷ୍ଟ ପର୍ଯ୍ୟନ୍ତ

BSKY

ନୂଆଦିଲ୍ଲୀ: ଯେତେବେଳେ ଆପଣ ଔଷଧ କିଣୁଛନ୍ତି ତାହା ମାନକ ବା ଗୁଣବତ୍ତା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ । କାରଣରେ ଦେଶରେ ୪୮ଟି ଔଷଧର ଗୁଣବତ୍ତା ସଠିକ୍ ନ ଥିବା ସୂଚନା ମିଳିଛି । ପରୀକ୍ଷାଗାରାରେ ଏହାର ଗୁଣବତ୍ତା ବିଫଳ ପ୍ରମାଣ ହୋଇଛିି । ଏହି ବିଫଳ କୁଣବତ୍ତା ଔଷଧ ତାଲିକାରେ ହାର୍ଟ ଓ ଡାଇମେଟିଜ୍ ମେଡିସିନ ଠାରୁ ଆରମ୍ଭ କରି ଟୁଟ୍ ପେଷ୍ଟ ପର୍ଯ୍ୟନ୍ତ ସାମିଲ ରହିଛି । ଏହି ସବୁ ଔଷଧ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିନାହିଁ।

ନ୍ୟାସନାଲ ଡ୍ରଗ୍ ରେଗୁଲେଟର ସିଡିଏସସିଓ ଅନୁଯାୟୀ, ମାର୍ଚ୍ଚରେ ଦେଶର ବିଭିନ୍ନ ଉତ୍ପାଦନ ୟୁନିଟରୁ ୧୪୯୭ ଔଷଧର ନମୁନା ସଂଗ୍ରହ କରାଯାଥିଲା । ଯେତେବେଳେ ଏହାର ପରୀକ୍ଷଣ କରାଗଲା, ସେଥିମଧ୍ୟରୁ ୧୪୪୯ଟି ଔଷଧ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିଥିଲା କିନ୍ତୁ ୪୮ ଔଷଧ ଗୁଣବତ୍ତା ନିର୍ଦ୍ଧାରିତ ମାନ୍ୟତା ଠାରୁ କମ୍ ବୋଲି ଜଣାପଡିଛି।

ଏହି ତାଲିକାରେ ଏସବୁ ସାମିଲ
ସାଧାରଣତ ଭାବେ ବ୍ୟବହାର କରାଯାଉଥିବା ଆଣ୍ଟି-ଡାଇବେଟିସ୍, ଆଣ୍ଟିବାୟୋଟିକ୍, କ୍ୟାଲସିୟମ୍ କିମ୍ବା ହୃଦରୋଗ ସହିତ ଜଡିତ ଔଷଧ ଏହି ତାଲିକାରେ ସାମିଲ ରହିଛି । ମଲ୍ଟି ଭିଟାମିନ୍ ଔଷଧଠାରୁ ଆରମ୍ଭ କରି ଏଚ୍.ଆଇ.ଭି. ପାଇଁ ବ୍ୟବହୃତ ରିଟୋନାଭିର୍ ଔଷଧ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ରହିଛି । ଅପସ୍ମାର ରୋଗ ପାଇଁ ଗାବାପେଣ୍ଟିନ୍, ଉଚ୍ଚ ରକ୍ତଚାପ ପାଇଁ ଟେଲମିସାର୍ଟାନ୍, ଡାଇବେଟିସ୍ ପାଇଁ ଗ୍ଲାଇମିପିରାଇଡ୍ ଏବଂ ମେଟଫର୍ମିନ୍ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ।

ଏହା ବ୍ୟତୀତ ଆଇରନ୍ ଏବଂ ଫୋଲିକ୍ ଏସିଡ୍ ଟାବଲେଟ୍, ପ୍ରୋବୋଟିକ୍ସ ମଧ୍ୟ ଅନେକ ମଲ୍ଟିଭାଇଟାମିନ୍ ଟାବଲେଟ୍ ଏହି ତାଲିକାରେ ରହିଛି । ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି ୧୨, ଫୋଲିକ୍ ଏସିଡ୍, ଆମୋକ୍ସିସିଲିନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି୩ ଟାବଲେଟ୍, ଟେଲମିସାର୍ଟାନ୍ ଟାବଲେଟ୍ ମଧ୍ୟ ରହିଛି । ଏହି ତାଲିକାରେ ମେସୱାକ ଟୁଥପେଷ୍ଟ ନାମ ମଧ୍ୟ ରହିଛି ।

ଯେତେବେଳେ ପରୀକ୍ଷାଗାରରେ ଏହି ଔଷଧଗୁଡିକ ପରୀକ୍ଷା କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଯେ, ସେଥିରେ ବ୍ୟବହୃତ ସାମଗ୍ରୀ ମାନଦଣ୍ଡ ସଠିକ୍ ନଥିଲା । ନିକଟରେ ସରକାର ଏହି ମାମଲାରେ ୧୮ ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ କରିଥିଲେ।

Get real time updates directly on you device, subscribe now.