ଅଗଷ୍ଟ ମାସରେ ଭାଗ୍ୟଶାଳୀ ଏହି ୬ଟି ରାଶି : ହେବାକୁ ଯାଉଛନ୍ତି କୋଟିପତି, ଏହା ମଧ୍ୟରେ ଆପଣଙ୍କ ରାଶି ଅଛି ତ ……

ଭୁବନେଶ୍ୱର : ଅଗଷ୍ଟ ମାସ କିଛି ରାଶିଙ୍କର ଭାଗ୍ୟ ବଦଳିଯିବ । ଏହି ୬ଟି ରାଶି ହେବାକୁ ଯାଉଛନ୍ତି କୋଟିପତି । ଏହି ରାଶିର ବ୍ୟକ୍ତି ଧନବାନ ହେବା ରାସ୍ତାକୁ ଆପଣାଇଛନ୍ତି । ସେମାନଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପା ପଡ଼ିବାକୁ ଯାଉଛି । ଋଣ ଭାରରେ ବୁଢି ରହିଥିବା ବ୍ୟକ୍ତି ଋଣ ମୁକ୍ତ ହେବେ । ଗ୍ରହ ମାନଙ୍କର ସକ୍ରିୟ ଚଳନ ହେତୁ ଅଗଷ୍ଟ ମାସରେ ଏହି ୬ଟି ରାଶିର ଭାଗ୍ୟ ଖୋଲିଯିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ବଦଳିବ ଭାଗ୍ୟ :

୧. ମେଷ ରାଶି : ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ। ଯାହା ଫଳରେ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ବ୍ୟାପାର ବାଣିଜ୍ୟରେ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ଖୁସି ଖବର ପ୍ରାପ୍ତ ହେବ। ଧନର ଅପାର ବୃଦ୍ଧି ହେବ। କୌଣସି ମଙ୍ଗଳ କାର‌୍ୟ୍ୟର ଆୟୋଜନ ହୋଇପାରେ।

୨. ବୃଷ ରାଶି : ଏହି ରାଶିର ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ। ସଫଳତା ମିଳିବାର ଯୋଗ ଅଛି। ଆର୍ଥିକ ସଙ୍କଟ ଠାରୁ ମୁକ୍ତି ମିଳିବ। ଆପଣ ଦିନ ରାତି ପରିଶ୍ରମ କରି ଉନ୍ନତି କରିବା ସହ ନୂଆ ପରିଚୟ ସୃଷ୍ଟି କରିବେ। ଆଗାମୀ ସମୟରେ ଆପଣଙ୍କ ଭାଗ୍ୟ ଘୋଡ଼ା ଠାରୁ ଅଧିକ ଜୋରରେ ଦୌଡ଼ିବ। ଅଗଷ୍ଟ ମାସ ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ।

୩. ସିଂହ ରାଶି : ମା ଲକ୍ଷ୍ମୀଙ୍କ କୃପାରୁ ସବୁ ପ୍ରକାରର ଖୁସି ଆସିବ। କଠିନରୁ କଠିନ କାମ ଅତି ସହଜରେ କରି ଆଗକୁ ଆଗକୁ ବଢ଼ି ଚାଲିବେ। ଅଗଷ୍ଟ ମାସରେ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ଅଧିକ ଟଙ୍କା ପ୍ରାପ୍ତ ହେବ। ପରିବାରର ସଦସ୍ୟଙ୍କ ପାଇଁ ନୂଆ ଜିନିଷ କିଣିପାରନ୍ତି।

୪. କନ୍ୟା ରାଶି : ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ଉନ୍ନତି ହାସଲ ହେବ। ଆଗାମୀ ସମୟ ଶୁଭ ରହିବ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ଅଛି। ଜୀବନରେ ଆସିବାକୁ ଥିବା ସବୁ ଦୁଃଖ ଦୂରେଇ ଯିବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ମାସ ସବୁଠୁ ଶୁଭ ରହିବ।

୫. ତୁଳା ରାଶି : ଆପଣଙ୍କୁ ଜୀବନରେ ଏବେ ଅପାର ସଫଳତା ମିଳିବାର ସମ୍ଭାବନା ନଜର ଆସୁଛି। ସୁଖ ସମୃଦ୍ଧି ଓ ଧନର ଆଗମନ ହେବ। ଏହି ମାସରେ କିଛି ନୂଆ କରି ଦେଖାଇପାରନ୍ତି। ବେରୋଜଗାରଙ୍କୁ ନୂଆ ଚାକିରି ମିଳିବାର ଯୋଗ ଅଛି। ସାମାଜିକ କାର‌୍ୟ୍ୟ କରିବାର ସଫଳତା ପ୍ରାପ୍ତ ହେବ। ଆପଣଙ୍କ ଦ୍ଵାରା ଦିଆଯାଇଥିବା ଟଙ୍କା ମିଳିପାରେ।

୬. କୁମ୍ଭ ରାଶି : ବ୍ୟାପାର ବାଣିଜ୍ୟରେ ଅଧିକରୁ ଅଧିକ ଧନ ଲାଭ ଦେଖାଯିବ। ଆପଣଙ୍କ ସଫଳତା ଦେଖି ଆପଣଙ୍କ ପ୍ରତି ଉଗ୍ର ହେବେ ଓ କ୍ଷତି କରିବାକୁ ବାଟ ଖୋଜିବେ। କିନ୍ତୁ ଆପଣ ଭୟ କରିବାର କୌଣସି ଆବଶ୍ୟକ ନାହିଁ। ବିଦ୍ୟାର୍ଥୀଙ୍କୁ ବହୁତ ଶୀଘ୍ର ଗୁରୁଜନଙ୍କ ଠାରୁ ବଡ଼ ସମ୍ମାନ ମିଳିପାରେ।