fbpx

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମିଳିବ ଏହିସବୁ ଉପହାର: ଅତିଥିଙ୍କ ପାଇଁ ଟ୍ରଷ୍ଟର ପ୍ରସ୍ତୁତି

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ଖୁବ ଉତ୍ସାହିତ ହୋଇ ରହିଛନ୍ତି ସମଗ୍ର ଦେଶବାସୀ । ଅଯୋଧ୍ୟ ନଗରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସାରା ସହର । ଏହି ସମାରୋହରେ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି । ଆମନ୍ତ୍ରିତ ଏହି ଅତିଥିମାନଙ୍କୁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିଶେଷ ଉପହାର ପ୍ରଦାନ କରାଯିବ । ରାମଲଲାଙ୍କ ପ୍ରସାଦ ସହିତ ଅନ୍ୟାନ୍ୟ ମୂଲ୍ୟବାନ ଉପହାର ପ୍ରଦାନ କରିବେ ଶ୍ରୀରାମ ଟ୍ରଷ୍ଟ ।

ଅଯୋଧ୍ୟାରେ ସ୍ୱତନତ୍ର ଭାବରେ ପାଳନ କରାଯିବ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମାରୋହ । ରାଜନେତା, ଅଭିନେତା ଏବଂ ବରିଷ୍ଠ ଖେଳାଳିଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦେଶର ଯଶ ରକିଥିବା ବ୍ୟକ୍ତିତ୍ୱମାନଙ୍କୁ ଏହି ଉତ୍ସବରେ ସାମିଲ କରିବା ପାଇଁ ଆମନ୍ତ୍ରଣ କରାଯାଇଛି । ସମାରୋହ ପରେ ସେମାନଙ୍କୁ ଘରକୁ ନେବା ପାଇଁ ପ୍ରସାଦ ଦିଆଯିବ । ଏହାସହିତ ଗୀତା ପ୍ରେସର ‘ଅଯୋଧ୍ୟା ଦର୍ଶନ’ ପୁସ୍ତକ ମଧ୍ୟ ପ୍ରଦାନ କରାଯିବ । ଏହି ପୁସ୍ତକରେ ଅଯୋଧ୍ୟାର ଇତିହାସ, ପ୍ରାଚୀନ ମାନ୍ୟତା, ରାମକଥା ସହ ଜଡ଼ିତ ଅଧ୍ୟାୟ ସହ ସମ୍ପନ୍ଧିତ କାହାଣୀ ଏବଂ ଅଯୋଧ୍ୟାର ମନ୍ଦିର ସମ୍ପର୍କରେ ଅନେକ କିଛି ଘଟଣା ସାମିଲ କରାଯାଇଛି । ଗୀତା ପ୍ରେସ ଏହି ପୁସ୍ତକର ୧୦ ହଜାରଟି ପୁସ୍ତକ ଛାପୁଥିବା ଜାଣିବାକୁ ମିଳିଛି । ଏହାକୁ ଶ୍ରୀରାମ ଟ୍ରଷ୍ଟକୁ ନିଶୁଳ୍କରେ ପ୍ରଦାନ କରାଯିବ । ଟ୍ରଷ୍ଟକୁ ଆମନ୍ତ୍ରିତ ଅତିଥିମାନଙ୍କୁ ପ୍ରସାଦ ସହ ‘ଅଯୋଧ୍ୟା ଦର୍ଶନ’ ପୁସ୍ତକ ପ୍ରଦାନ କରାଯିବ । ଗୀତାପ୍ରେସ ଆସନ୍ତା ଜାନୁୟାରୀ ୧୫ ତାରିଖ ସୁଦ୍ଧା ଅଯୋଧ୍ୟା ଦର୍ଶନର ୧୦ ହଜାର ପୁସ୍ତକ କାର୍ଯ୍ୟ ଶେଷ କରିବ ।

ଏହାବ୍ୟତୀତ ଅନ୍ୟ ବିଶିଷ୍ଟ ୧୦୦ ଜଣ ଅତିଥିଙ୍କୁ ଅଯୋଧ୍ୟ ମାହାତ୍ମ୍ୟ ଗୀତା ଦୈନନ୍ଦିନୀ ଏବଂ କଲ୍ୟାଣ ପତ୍ରିକାର ରାମାଙ୍କ ବିଶେଷାଙ୍କ ପ୍ରଦାନ କରାଯିବ । ରାମାଙ୍କରେ ରାମଙ୍କ ସମ୍ପର୍କରେ ଲେଖା ଯାଇଥିବା ବେଳେ ଏହା ୧୯୭୨ ମସିହାରେ ଛପାଯାଇଥିଲା । ଅଯୋଧ୍ୟା ମହାତ୍ମା ପୁସ୍ତକରେ ବିଶେଷ ଭାବରେ ୪୫ ପୃଷ୍ଠାରେ ରାମକଥାର ଚିତ୍ରକୁ ମଧ୍ୟ ସ୍ଥାନ ଦିଅଯାଇଛି । ଏହା ବ୍ୟତୀତ ନବବର୍ଷ ଆରମ୍ଭରେ କାର୍ୟ୍ୟକ୍ରମ ଆୟୋଜିତ ହେତୁ ପ୍ରତିଦିନ ଗୀତା ପାଠ କରାଯିବ । ଯେଉଁଥିରେ ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ହିନ୍ଦୀ ତିଥିର ପଦଗୁଡ଼ିକ ମଧ୍ୟ ଲେଖାଯାଇଛି ।

Get real time updates directly on you device, subscribe now.