fbpx
BSKY SKY
BSKY SKY

ଅକ୍ଟୋବରରୁ ବଦଳି ଯିବ ଏହିସବୁ ନିୟମ: ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପଡ଼ିବ ପ୍ରଭାବ

BSKY

ନୂଆଦିଲ୍ଲୀ: ବର୍ଷର ନବମ ମାସ ଅର୍ଥାତ୍ ସେପ୍ଟେମ୍ବର ଶେଷ ହେବାକୁ ବସିଲାଣି । ଆଉ ମାତ୍ର ୫ ଦିନ ପରେ ଅକ୍ଟୋବର ମାସରେ ପାଦ ଥାପିବ ୨୦୨୩ । ପ୍ରତି ମାସର ପହିଲା ତାରିଖରେ ଦେଶରେ ଅନେକ କିଛି ପରିବର୍ତ୍ତନ ହୋଇଥାଏ । ସେହିପରି ଆସନ୍ତା ମାସ ମଧ୍ୟ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ଏହି ମାସ କେଉଁ ସବୁ ପରିବର୍ତ୍ତନ ହେବାକୁ ଯାଉଛି ।

  1. ଆସନ୍ତା ମାସରେ ଏକ ବଡ଼ ପରିବର୍ତ୍ତନ ହେବ, ଅକ୍ଟୋବରରୁ ୨୦୦୦ ଟଙ୍କିଆ ନୋଟ ଉପରେ ରୋକ ଲାଗିବାକୁ ଯାଉଛି । ମେ’ ୧୯ ତାରିଖରେ ଏହି ନୋଟ୍ ର ପ୍ରଚଳନ ଉପରେ ସରକାର ରୋକ ଲଗାଇଥିବା ବେଳେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କରେ ଏହାକୁ ଗ୍ରହଣ କରାଯିବ । ତେବେ ଏହାପରେ ୨୦୦୦ଟଭ୍କିଆ ନୋଟପ୍ରଚଳନ ଉପରେ ରୋକ ଲଗାଇ ପାରନ୍ତି ସରକାର ।
  2. ଅକ୍ଟୋବର ମାସରେ ଏଲପିଜି ବ୍ୟତୀତ ତୈଳ କମ୍ପାନୀ ତରଫରୁ ସିଏନଜି ଏବଂ ପିଏନଜି ଦର ମଧ୍ୟ ପରିବର୍ତ୍ତନ ହୋଇପାରେ । ସାଧାରଣତଃ ପ୍ରତି ମାସ ପ୍ରଥମ ତାରିଖରେ ଏୟାର ଫୁଏଲ (ଏଟିଏଫ)ର ମୂଲ୍ୟ ପରିବର୍ତ୍ତନ କରାଯାଏ । ଆସନ୍ତା ମାସରେ ମଧ୍ୟ ସିଏନଜି ଏବଂ ପିଏନଜି ସମେତ ଏଟିଏଫ ଦର ମଧ୍ୟ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
  3. ଏହାପରେ ବିଦେଶ ଯିବାକୁ ଯୋଜନା କରୁଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର ଆଣିପାରେ ଅକ୍ଟୋବର । ଆସନ୍ତା ମାସ ପହିଲାରୁ ମହଙ୍ଗା ହୋଇପାରେ ବିଦେଶ ଯାତ୍ରା । ଅକ୍ଟୋବର ୧ ତାରିଖରୁ ୭ ଲକ୍ଷ ଟଭ୍କା ପର୍ଯ୍ୟନ୍ତ ଟୁର ପ୍ୟାକେଜ ପାଇଁ ୫ ପ୍ରତିଶତ ଟିସିଏକ୍ସ ଦେବାକୁ ପଡ଼ିବ । ତେବେ ୭ଲକ୍ଷରୁ ଅଧିକ ଟଙ୍କାର ଟୁର ପ୍ୟାକେଜ ପାଇଁ ୨୦ ପ୍ରତିଶତ ଟିସିଏକ୍ସ ଦେବେ ଯାତ୍ରୀ ।
  4. ସେହିପରି ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ନିଜ ପିପିଏଫ, ପୋଷ୍ଟ ଅଫିସ ସେଭିଙ୍ଗସ ସ୍କିମ୍ ଏବଂ ସୁକନ୍ୟା ସମୃଦ୍ଧି ଯୋଜନାକୁ ଆଧାର କାର୍ଡ ସହ ଲିଙ୍କ କରନ୍ତୁ । ନଚେତ୍ ଅକ୍ଟୋବର ପ୍ରଥମରୁ ଆପଣଙ୍କର ଏହି ଖାତା ଅଚଳ ହୋଇପାରେ । ଅର୍ଥାତ୍ ଆକାଉଣ୍ଟରେ କୌଣସି ପ୍ରକାର ଟ୍ରାଞ୍ଜାକ୍ସନ କରାଯାଇ ପାରିବ ନାହିଁ ।
  5. ଅକ୍ଟୋବର ମାସରେ ୧୬ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ । ଯାହା ପ୍ରଭାବ ସିଧାସଳଖ ଭାବରେ ସାଧାରଣ ଲୋକଙ୍କ ବିଭିନ୍ନ ଦାୟିତ୍ୱ ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।

Get real time updates directly on you device, subscribe now.