fbpx

ଓଜନ କମାଇବା ପାଇଁ ଲାଭଦାୟକ ଏହି ଡ୍ରାଏ ଫ୍ରୁଟ୍ସ, ଆଜି କରନ୍ତୁ ଡାଏଟ୍ ସାମିଲ…

ଡ୍ରାଏ ଫ୍ରୁଟ୍ସ ମିନେରାଲ ଏବଂ ଭିଟାମିନ୍ ଭଳି ପୋଷ ତତ୍ତ୍ୱରେ ଭରପୁର ରହିଥାଏ । ଏହା ଶରୀରକୁ ପୋଷଣ ଦେବାର କାମ କରିଥାଏ । ଏହା ଓଜନ କମାଇବାରେ ମଧ୍ୟ କାମ କରିଥାଏ । ଓଜନ କମ୍ କରିବା ପାଇଁ ଆପଣ କେଉଁ ଡ୍ରାଏ ଫ୍ରୁଟ୍ସରେ ନେଇପାରିବେ ଆସନ୍ତୁ ଜାଣିବା ।

ଅଖରୋଟ- ଅଖରୋଟରେ ମିନେରାଲ, ପ୍ରୋଟିନ୍ ଏବଂ ଭିଟାମିନ୍ ଭରପୁର ମାତ୍ରାରେ ହୋଇଥାଏ । ଏହାର ସେବନ କରିବା ଦ୍ୱାରା ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ଅନୁଭବ କରିଥାନ୍ତି । ଆପଣ ପ୍ରତିଦିନ ଭିଜା ଯାଇଥିବା ଅଖରୋଟ ଖାଇପାରିବେ । ଏହାର ସେବନ କରିବା ଦ୍ୱାରା ଆପଣ ଓଜନ ହ୍ରାସ ହୋଇପାରେ ।

ବାଦାମ- ବାଦାମ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଲୋକପ୍ରିୟ । ଏଥିରେ କ୍ୟାଲୋରୀର ମାତ୍ରା କମ୍ ରହିଥାଏ । ବାଦାମରେ ଫାଇବର ମଧ୍ୟ ଭରପୁର ମାତ୍ରାରେ ରହିଥାଏ । ଏହା ପେଟର ଚର୍ବି କମ୍ କରିଥାଏ । ଏହା ଶୀଘ୍ର ଓଜନ କମ୍ କରିବାରେ ସହାୟକ ହୋଇଥାଏ ।

ପିସ୍ତା- ପିସ୍ତା ଫାଇବରରେ ଭରପୁର ହୋଇଥାଏ । ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହଯ୍ୟ କରିଥାଏ । ସ୍ନାକ୍ସ ଭାବରେ ଆପଣ ଏହାର ସେବନ କରିପାରିବେ ।

କିଶମିଶ- କିଶମିଶର ବ୍ୟବହାର ଅନେକ ପ୍ରକାର ଡେଜର୍ଟ ଖାଦ୍ୟରେ କରାଯାଏ । ଏହା ବ୍ୟଞ୍ଜନର ସ୍ୱାଦକୁ ବଢ଼ାଇବାର କାମ କରିଥାଏ । ଏହାର ସେବନ ଆପଣ ସ୍ନାକ୍ସ ଭାବରେ କରିପାରିବେ । ଏହା ଜଲଦୀ ଓଜନ ହ୍ରାସ କରାଇବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.