fbpx

ହାଡକୁ ଦୁର୍ବଳ କରି ଶୀଘ୍ର ବୁଢା କରିଦିଏ ଏହିସବୁ ଖାଦ୍ୟପଦାର୍ଥ, ତୁରନ୍ତ ଛାଡିଦିଅନ୍ତୁ

ଅସ୍ଥି ବା ହାଡ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ଆମ ଶରୀର ସଂରଚନାର ମୂଳ ଭିତ୍ତି ହୋଇଥାଏ । କିନ୍ତୁ ବାସ୍ତବରେ ଆମେ ଆମ ଶରୀରର ହାଡର ଯତ୍ନ ନେବାରେ ଅବହେଳା କରିଥାଉ । ଅଧିକାଂଶ ଲୋକ ନିଜର ଦୈନନ୍ଦିନ ଜୀବନରେ ଏପରି ଖାଦ୍ୟ ଖାଇଥାନ୍ତି ଯାହା ସେମାନଙ୍କ ହାଡକୁ ଦୂର୍ବଳ କରିଦିଏ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟପଦାର୍ଥ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ତୁରନ୍ତ ବର୍ଜନ କରିବା ଉଚିତ ।
ମଦ୍ୟପାନ: ଦୀର୍ଘଦିନ ଧରି ମଦପାନ କରିବା ଦ୍ୱାରା ଶରୀରର କ୍ୟାଲସିୟମ ଅବଶୋଷିତ କରିବାର କ୍ଷମତା ଦୁର୍ବଳ ହୋଇଯାଏ । ଫଳରେ ହାଡ ଦୁର୍ବଳ ହୋଇଯାଏ ।
ସୋଡା ଓ ସୁଗାରଯୁକ୍ତ ପାନୀୟ:ଏପରି ପାନୀୟରେ ଫସଫୋରିକ୍ ଏସିଡ୍ ଅଧିକ ମାତ୍ରାରେ ରହିଥାଏ ଯାହା ଆପଣଙ୍କ ହାଡରୁ କ୍ୟାଲସିୟମ ବାହାର କରି ନେଇଥାଏ । ଏହା ବ୍ୟତିତ ଅତ୍ୟଧିକ ଚିନି ଖାଇବା ଦ୍ୱାରା ଓଜନ ବଢିଥାଏ ଯାହା ହାଡ ଭାଙ୍ଗିବାର ସମ୍ଭାବନାକୁ ବୃଦ୍ଧି କରିଥାଏ ।
କ୍ୟାଫିନ ଯୁକ୍ତ ପାନୀୟ: ଅତ୍ୟଧିକ କ୍ୟାଫିନଯୁକ୍ତ ପାନୀୟ ଯେପରିକି କଫି, ଏନର୍ଜି ଡ୍ରିଙ୍କସ୍ ଶରୀରର କ୍ୟାଲସିୟମ ଅବଶୋଷଣ ପ୍ରକ୍ରିୟାରେ ବାଧକ ସାଜିଥାଏ ।
ଲୁଣ: ଅତ୍ୟଧିକ ଲୁଣଯୁକ୍ତ ଖାଦ୍ୟପଦାର୍ଥ ଯେପରିକି ପ୍ରୋସେସଡ୍ ଫୁଡ୍ କିମ୍ବା ଫାଷ୍ଟ ଫୁଡ୍ ଶରୀରରୁ ୟୁରିନ୍ ଜରିଆରେ କ୍ୟାଲସିୟମକୁ ବାହାର କରିଦେଇଥାଏ । ଫଳରେ ହାଡ ଦୂର୍ବଳ ହୋଇ ଅଷ୍ଟିଓପୋରୋସିସର ଆଶଙ୍କା ବଢିଯାଏ ।
ପ୍ରୋଟିନ୍‌: ସ୍ୱାସ୍ଥ୍ୟ ଲାଗି ପ୍ରୋଟିନ ବହୁତ ଜରୁରୀ କିନ୍ତୁ ଅତ୍ୟଧିକ ମାତ୍ରାରେ ପ୍ରୋଟିନର ସେବନ ବିଶେଷକରି ନନ୍‌ଭେଜ୍ ଖାଦ୍ୟରୁ ମିଳୁଥିବା ପ୍ରୋଟିନ୍ ଶରୀରରୁ କ୍ୟାଲସିୟମ ବାହାର କରି ଦେଇଥାଏ ।

Get real time updates directly on you device, subscribe now.