fbpx

ଖୁବ୍ କମ୍ ଦିନ ଭିତରେ ଆସିଯିବ କିଷାନ ସମ୍ମାନ ନିଧିର ୧୫ତମ କିସ୍ତି, ବିଳମ୍ବ ନ କରି ଅନଲାଇନରେ ଭରି ଦିଅନ୍ତୁ ଏହିସବୁ ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୫ ତମ କିସ୍ତି ନଭେମ୍ବର କିମ୍ବା ଡିସେମ୍ବରରେ ପ୍ରଦାନ କରିପାରନ୍ତି । ଯୋଜନା ଜରିଆରେ କୃଷକଙ୍କୁ ପ୍ରତି ବର୍ଷ ୩ଟି କିସ୍ତିରେ ୬,୦୦୦ ଟଙ୍କା ପ୍ରୋତ୍ସାହିତ ଅର୍ଥରାଶି ଦିଆଯାଇଥାଏ । ଏହି ଅର୍ଥରାଶି ୪ ମାସରେ ଥରେ ୨,୦୦୦ଟଙ୍କା କିସ୍ତି ହିସାବରେ ମିଳିଥାଏ । ତେବେ ଏହି ଯୋଜନାର ଲାଭ ଉଠାଇବାକୁ ଅନଲାଇନ୍‌ରେ କିଛି ଡକ୍ୟୁମେଣ୍ଟ ଭରିବାକୁ ହେବ । ଏହା ନ କଲେ ଲାଭାର୍ଥୀକୁ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବାକୁ ପଡିବ ।
ସରକାର ଏହି ଯୋଜନାରେ କିଭଳି କୌଣସି ତ୍ରୁଟି ନ ରହିବ ସେଥିପାଇଁ ଇ-କେୱାଇସି କରିବା ଅନିବାର୍ଯ୍ୟ କରି ଦେଇଛନ୍ତି । ଏହା ବିନା ଯୋଜନାରେ ଜରିଆରେ ମିଳିବାକୁ ଥିବା କିସ୍ତି ଅଟକି ଯିବ ।

ଏଥିପାଇଁ ପିଏମ୍ କିଷାନର ଅଫିସିଆଲ ୱେବସାଇଟକୁ ଯାଇ କୃଷକ ନିଜେ କିମ୍ବା କମନ ସର୍ଭିସ ସେଣ୍ଟରକୁ ଯାଇ ଇ-କେୱାଇସି କରାଇପାରିବେ । ଏହା ବ୍ୟତିତ ମୋବାଇଲ ଆପ୍ ଜରିଆରେ ଲାଭାର୍ଥୀ ଖୁବ୍ ସହଜରେ କେୱାଇସି ସହ ସମ୍ବନ୍ଧିତ ସୂଚନା ଅପଡେଟ୍ କରାଇ ପାରିବେ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ପିଏମ କିଷାନ ଲାଗି କେବଳ ସେହି କୃଷକ ହିଁ ଯୋଗ୍ୟ ଯାହାଙ୍କ ନିକଟରେ ୨ ହେକ୍ଟର କିମ୍ବା ତାହା ଠାରୁ କମ୍ ଜମି ରହିଛି । ଯୋଜନାର ଫାଇଦା ଉଠାଇବା ଲାଗି ପିଏମ୍ କିଷାନ ୱେବସାଇଟରେ ଜମିର ପଟ୍ଟା ଅପଲୋଡ୍ କରିବାକୁ ହେବ । ଏହା ସହିତ ଲାଭାର୍ଥୀର ବ୍ୟାଙ୍କ ଖାତା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ((NPCI))ସହ ଲିଙ୍କ ହେବାର ମଧ୍ୟ ବହୁତ ଜରୁରୀ । ଏହି ଫାଇଦା ସେହିମାନଙ୍କୁ ମିଳିବ ଯାହାର ଖାତା ଆଧାର ସହ ଲିଙ୍କ ହୋଇଥିବ ।

Get real time updates directly on you device, subscribe now.